ଅଗ୍ନିକାଣ୍ଡରେ ଛଅ ବଖରା ଘର, ୭ନଡ଼ିଆ ଗଛ ନଷ୍ଟ ।

0 246

ଭଞ୍ଜନଗର,୧୦/୦୨(ପିପିଟି): ଭଞ୍ଜନଗର ବ୍ଳକ ସାନକୋଦଣ୍ଡା ପଞ୍ଚାୟତ ମହାଗୁଡା ଗ୍ରାମର ବେଣିଆ ସାହିରେ ଶୁକ୍ରବାର ଅପରାହ୍ନ ସମୟରେ ଅଗ୍ନିକାଣ୍ଡ ଘଟି ଛଅ ପରିବାରର ଛଅ ବଖରା ଘର ଭସ୍ମୀଭୂତ ହୋଇଯାଇଛି। ଅଗ୍ନି ବିପନ୍ନମାନେ ହେଲେ ଅନ୍ତର୍ଯ୍ୟାମୀ ଗୌଡ଼,ଭାସ୍କର ଗୌଡ଼,ଅଭିରାମ ଗୌଡ଼,ମକରା ଗୌଡ଼,ଧୋବା ଗୌଡ଼,ଅଶୋକ ଗୌଡ଼ ।ପ୍ରତ୍ୟେକଙ୍କ ଗୋଟିଏ ଲେଖାଏଁ ବଖରା ଓ ନିକଟରେ ଥିବା ସାତଟି ନଡ଼ିଆ ଗଛ ପୋଡି ନଷ୍ଟ ହୋଇଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡି ନଥିବା ବେଳେ ଭଞ୍ଜନଗର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଅଗ୍ନିକାଣ୍ଡରେ ପରିବାର ଗୁଡିକର ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ଘଟିଥିବା ବେଳେ ଅଗ୍ନୀ ବିପନ୍ନଙ୍କୁ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।
(ରିପୋର୍ଟ- ଜେକେ ପଟ୍ଟନାୟକ। )

Leave A Reply

Your email address will not be published.