ଅଗ୍ନିକାଣ୍ଡରେ ଘର ସହ ଆସବାବପତ୍ର ପୋଡ଼ି ପାଉଁଶ; ସରକାରୀ ସାହାଯ୍ୟ ପାଇଁ ଦାବୀ ।

0 330

କନ୍ଧମାଳ,୦୭/୦୨(ପିପିଟି): କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ଭୃଙ୍ଗିଯୋଡ଼ି ପଞ୍ଚାୟତର ଡ଼ହିଙ୍ଗିଆ ଗ୍ରାମର ମୁଡ଼େ କହଁରଙ୍କ ପୁଅ କୁଲୁ କହଁରଙ୍କ ଘରେ କୌଣସି ପ୍ରକାର ନିଆଁଲାଗି ସଂପୂର୍ଣ୍ଣଭାବେ ପୋଡ଼ି ପାଉଁଶ ହୋଇଯାଇଛି। ଘର ଭିତରେ ଥିବା ୩୦ ବର୍ଷରୁ ଊର୍ଦ୍ଧ୍ବ ଧାନ, ଚାଉଳ ଓ ଲୁଗାପଟା ସହିତ ନଗଦ ୧୫ ହଜାର ଟଙ୍କା ମଧ୍ୟ ପୋଡ଼ି ପାଉଁଶ ହୋଇଯାଇଛି। ନିଆଁ ଏତେ ଜୋରଥିଲା ଯେ, ଗ୍ରାମବାସୀ ବହୁ ଚେଷ୍ଟା ପରେ ମଧ୍ୟ ନିଆଁକୁ ଆୟତ କରି ପାରି ନ ଥିଲେ। ଖବର ପାଇ ଫିରିଙ୍ଗିଆ ଦମକଳ ବାହିନି ପହଞ୍ଚି ବହୁ ଚେଷ୍ଟାପରେ ନିଆଁକୁ ଆୟତ କରିବାରେ ସକ୍ଷମ ହୋଇଥିଲେ ମଧ୍ୟ ସେହି ସମୟ ବେଳକୁ ସଂପୂର୍ଣ୍ଣଭାବେ ପୋଡ଼ି ଯାଇଥିବାର ଦେଖାଯାଇଛି। ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ଜଣାପଡ଼ିନାହିଁ। ବର୍ତ୍ତମାନ ଉକ୍ତ ପରିବାରର ସଦସ୍ୟମାନେ ଖୋଲାଆକାଶ ତଳେ ଜୀବନ ବିତାଉଛନ୍ତି। ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ସରକାରୀ ସାହାଯ୍ୟ ପ୍ରଦାନ କରିବା ପାଇଁ ଦାବୀ ହେଉଛି l
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ )

Leave A Reply

Your email address will not be published.