ପୋଲସରା,୨୬/୦୧(ପିପିଟି):ଅଖିଳ ଭାରତ କୃଷକ ସଭା ପୋଲସରା ଆଞ୍ଚଳିକ କମିଟି ପକ୍ଷରୁ ଆଜି ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସାତ ଦଫା ସମ୍ବଳିତ ଦାବିପତ୍ର ପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ସଂଯୁକ୍ତ କୃଷକ ମୋର୍ଚ୍ଚାର ନିଷ୍ପତ୍ତି କ୍ରମେ ଆଜି ଅଖିଳ ଭାରତ କୃଷକ ସଭା ପୋଲସରା ଆଞ୍ଚଳିକ କମିଟି ପକ୍ଷରୁ ଧାନ ମଣ୍ଡିରେ କଟନି ଛଟନି ବନ୍ଦ କରିବା, ପଞ୍ଜିକୃତ ସମସ୍ତ ଚାଷୀ ମାନଙ୍କ ଠାରୁ ସମସ୍ତ ଧାନ କିଣିବା ବ୍ୟବସ୍ଥା କରିବା, ଗତ ବର୍ଷ ତୁଳନାରେ ମଣ୍ଡିରେ ଅଧିକ ଧାନ କିଣିବା ବ୍ୟବସ୍ଥା କରିବା,ଧାନ ମଣ୍ଡି ଚାଲିବା ପର୍ଯ୍ୟନ୍ତ ପ୍ରତି ବ୍ଳକରେ ଗୋଟେ ଚାଷୀ ସହାୟତା କେନ୍ଦ୍ର ଖୋଲିବା, ଟୋକେନ ପାଇଥିବା ଚାଷୀକୁ ମଣ୍ଡି ଓ ସିଲ୍ ମାଲିକ ସମ୍ପର୍କରେ ବିଷଦ ବିବରଣୀ ଦିଆଯାଉ ଏବଂ ମଣ୍ଡିକୁ ଧାନ ଦେଇଥିବା ଚାଷୀ କୁ ତୁରନ୍ତ ଅଖା ମୂଲ୍ୟ ଓ ପରିବହନ ଖର୍ଚ୍ଚ ଫେରସ୍ତ ଦିଆଯାଉ ଦାବି ସମ୍ବଳିତ ପତ୍ର ସହକାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା । ଦାବି ପତ୍ର ପ୍ରଦାନ ସମୟରେ ବରିଷ୍ଠ କୃଷକ ନେତା ଦଣ୍ଡପାଣି ସାମଲ , ଶିବରାମ ବିଶ୍ବାଳ, ନିର୍ମାଣ ଶ୍ରମିକ ନେତା ବିଜୟ ସାମନ୍ତରା , କ୍ଷେତ ମଜଦୁର ୟୁନିୟନର ନେତା ହରି ହର ପାତ୍ର , ଛାତ୍ର ନେତା କୃତିବାସ ମହାରଣା ଓ କାଳୁ ଚରଣ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ ।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )