ବେଲଗୁଣ୍ଠା,୧୬/୦୫(ପିପିଟି):ଅସହ୍ୟ ଗରମ ଯୋଗୁଁ ଗାଙ୍ଗପୁର ଥାନା ଅନ୍ତର୍ଗତ କଳାସୂତା ଗ୍ରାମରେ ଅଂଶୁଘାତରେ ଜଣେ ମହିଳା ମୃତ୍ୟୁବରଣ କରିଛନ୍ତି । ମହିଳା ଜଣଙ୍କ ହେଲେ କଳାସୂତା ଗ୍ରାମର ବିଜୟ ବେହେରାଙ୍କ ସ୍ତ୍ରୀ କୁନି ବେହେରା (୫୫) । କୁନି କୌଣସି କାମରେ ବାଲିସିରା ଗ୍ରାମକୁ ଯାଇ ନିଜ ଗ୍ରାମ କଳାସୂତାକୁ ଫେରୁଥିବା ସମୟରେ କଖାରୁଆ ତୋଟା ନିକଟରେ ଦିନ ୧୨ ଘଣ୍ଟା ତିରିଶି ମିନିଟ୍ ସମୟରେ ଅଚେତ୍ ହୋଇ ପଡ଼ିଯାଇଥିଲେ । ସ୍ଥାନୀୟ ଲୋକେ ଏନେଇ କୁନିଙ୍କ ସ୍ୱାମୀ ବିଜୟକୁ ଖବର ଦେବାପରେ ବିଜୟ ଗ୍ରାମର କିଛି ବ୍ୟକ୍ତିଙ୍କୁ ସହଯୋଗରେ କୁନିଙ୍କୁ ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଅପରାହ୍ଣ ଦୁଇ ଘଣ୍ଟା ସମୟରେ ଡ଼ାକ୍ତର କୁନିଙ୍କୁ ମୃତ ଘୋଷଣା କରିଥିଲେ
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )