୨୦ ବର୍ଷ ବିତିଯାଇଥିଲେ ମଧ୍ୟ ଆବାସ ଗୃହରୁ ବଞ୍ଚିତ।

0 698

କଳାହାଣ୍ଡି,୦୭/୦୭(ପିପିଟି),ଆବାସ ଯୋଜନାର ଘର ପାଇଁ ଦୀର୍ଘ ୧୫ ରୁ ୨୦ ବର୍ଷ ବିତି ଯାଇଥିଲେ ମଧ୍ୟ ପ୍ରଶାସନର ନଜର ପଡୁ ନାହିଁ । କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ସାପଲହରା ଗାଁର କୁନ୍ତି ରଣା, ବୟସ ତାଙ୍କର ୫୦ ,ତାଙ୍କ ପରିବାରରେ ୪ ଜଣ ରହୁଛନ୍ତି କିନ୍ତୁ ତାଙ୍କ ସ୍ବାମୀ ଜଣେ ମାନସିକ ରୋଗୀ ଅଟନ୍ତି । ଗୋଟିଏ ପୁଅ ୨୪ ବର୍ଷର ଦାଦନ ଖଟି ଯାଇ ପରିବାର ଚଳାଉ ଥିବାବେଳେ ଅନ୍ୟ ଆଉ ଏକ ପୁଅର ବୟସ ୨୦ ବର୍ଷ ଏବଂ ସେ ଘରେ ରହୁଛି l ସମସ୍ତଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କେହିବି  ତାଙ୍କ କଥା ଶୁଣୁନାହାଁନ୍ତି । ସେ ଜଣେ ଅତି ନିରିହ ବୋଲି ଜଣାପଡିଛି ଏବଂ ସାହି ପୋଡଶି ବି ମଧ୍ୟ କହିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ମୁଁ ଜଣେ ଅତି ନିରିହ ଗରିବ ଲୋକ । ତାଙ୍କର ପରିବାର ବାହରକୁ ଦାଦନ ଖଟିଗଲେ ଖାଇବାକୁ ମିଳେ ବୋଲି କହିଛନ୍ତି । ମତେ ସରକାରଙ୍କ ଦ୍ୱାରା ଆବସ ଗୃହ ମିଳିଲେ ବହୁତ ଖୁସି ହେଵି ଵୋଲି କହିଛନ୍ତି। ବର୍ଷା ହେଲେ ତାଙ୍କର ମାଟି ଘରେ ଵା ରୋଷେଇ ଘରେ ବହୁତ ପାଣି ଥିବାର ଦେଖିବାକୁ ମିଳିଥିଲା। ତାଙ୍କର ମାଟି ଘର କେତେବେଳେ ବି ଭାଙ୍ଗି ଯିବାର ସମ୍ଭାବନା ରହିଛି। ସେଥି ପାଇଁ ବହୁତ ଭୋକ ଉପାସରେ ବା କଷ୍ଟରେ ରହୁଛନ୍ତି। ବର୍ଷା ହେଲେ ରୋଷେଇ କରି ହଉନି ଘରେ। ବହୁତ ଅସୁବିଧାରେ ରହୁଛନ୍ତି । ସରକାର ଓ ପ୍ରଶାସନ ଏହି ଘଟଣା ପ୍ରତି ଦୃଷ୍ଟି ଦେବା ପାଇଁ ସାଧାରଣରେ ମତ ପ୍ରକାଶ ପାଉଛି ।
ରିପୋର୍ଟ – ଭିଷ୍ମ ସାହୁ ।

Leave A Reply

Your email address will not be published.