ହିଞ୍ଜିଳିକାଟୁ ୦୩/୦୮(ପିପିଟି); ହିଞ୍ଜିଳିକାଟୁ ରେ ଡେଙ୍ଗୁ ଭଳି ମରାତ୍ମକ ଜ୍ୱର ପ୍ରତି ସତର୍କ ଓ ସଚେତନତା ପାଇଁ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ଏବଂ ପୌରପରିଷଦ ହିଞ୍ଜିଳିକାଟୁ ଦ୍ୱାରା ଡେଙ୍ଗୁ ସଚେତନତା ମାସ କାର୍ଯ୍ୟକ୍ରମ ବୁଲିବୁଲି ଏକ ଭ୍ରାମ୍ୟମାଣ ଗାଡି ଯୋଗେ ହିଞ୍ଜିଳିର ବିଭିନ୍ନ ଅଞ୍ଚଳ ରେ ସଚେତନତା କରାଯାଇଥିଲା । ଭିନ୍ନ ଭିନ୍ନ ଛକ ମାନଙ୍କରେ ଭିଡିଓ ଚିତ୍ର ମାଧ୍ୟମରେ କଥାବସ୍ତୁ ରୂପ ଦେଇ ଲୋକଙ୍କୁ ସଚେତନତା କରାଯାଇଥିଲା । ବିଶେଷ ଭାବେ ଗୃହ ବାହାର ଏବଂ ଗୃହ ଭିତର ପରିଷ୍କାର ରଖିବା ,ମଶା ବଂଶ ଯେପରି ବୃଦ୍ଧି ନହେବେ ସେଥିପ୍ରତି ଦୃଷ୍ଟି ଦେବା, ଘରର କିମ୍ବା ଘର ବାହାରେ ଅନାବଶ୍ୟକ ଜମା ପାଣି ନିଷ୍କାସନ କରିବା,ଅନାବଶ୍ୟକ ଗଛ ବୁଦା ସଫା କରି ପରିବେଶକୁ ନିର୍ମଳ କରିବା,ନିୟମିତ ମଶାରୀ ବ୍ୟବହାର କରିବା ଓ ମଶାଙ୍କ ଦାଉରୁ ରକ୍ଷା ପାଇଁ ଶରୀରକୁ ଢାଙ୍କି ହେଉଥିବା କପଡା ବ୍ୟବହାର କରିବା ଆଦି ଏହି ପ୍ରଚାର ରଥ ମାଧ୍ୟମରେ ହିଞ୍ଜିଳି ଜନସାଧାରଣଙ୍କୁ ସଚେତନତା କରାଯାଇଥିଲା । ଜ୍ୱର ସହ ହାତଗଣ୍ଠି ବିନ୍ଧିବା ,ଆଖି ଭିତରେ ଯନ୍ତ୍ରଣା ,ଦେହରେ ଲାଲ ଦାଗ ଦେଖାଦେବା,ମୁଣ୍ଡବିନ୍ଧା ସହ ଭିନ୍ନଭିନ୍ନ କ୍ଷେତ୍ରରେ ବାନ୍ତି ହେବା ଲକ୍ଷଣ ଦେଖାଦେଲେ ତୁରନ୍ତ ସରକାରୀ ଡାକ୍ତରଖାନାରେ ଚିକିତ୍ସା କରାଇ ଆସୁ ଆରୋଗ୍ୟ ପାଇଁ ଜନସାଧାରଣଙ୍କୁ ସଚେତନତା କରାଯାଇଛି ।
(ରିପୋର୍ଟ- ସାନ୍ତନୁ କୁମାର ବେହେରା ।)
Prev Post