ଶାଗୁଆନ କାଠ ସହିତ ବୋଲେରୋ ପିକାପ୍ ଜବତ,ଡ୍ରାଇଭର ଗିରଫ ।

0 379

କଳାହାଣ୍ଡି,୦୪/୦୮(ପିପିଟି); କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଗେଣ୍ଡୁଲ ଗ୍ରାମରୁ କଦଳୀମୁଣ୍ଡା ରାସ୍ତାରେ ଏକ ବୋଲେରୋ ପିକାପ୍ ଯୋଗେ ଶାଗୁଆନ କାଠ ଚାଲାଣ ହେଉଥିବା ବେଳେ କୌଣସି ମତେ ଗୋଲାମୁଣ୍ଡା ଫରେଷ୍ଟର ରମେଶ ପଣ୍ଡା ଖବର ପାଇଁ କେଗାଁ ବନ ବିଭାଗକୁ ଜଣାଇ ସମସ୍ତ ଟିମ ସହ ବୋଲେରୋ ପିକପ୍ ଗାଡି ନମ୍ବର OR08-C-8151 କୁ କଦଳିମୁଣ୍ଡା ଠାରେ ଅଟକାଇ ଜବତ କଲେ ଗାଡ଼ିରେ ଶାଗୁଆନ କାଠ ସହିତ ଡ୍ରାଇଭର ଓ କାଠ ନେଉଥିବା ମାଲିକ ଧରାପଡିଥିବାର ଜଣାପଡିଛି । ଗାଡିକୁ କେଗାଁ ରେଞ୍ଜ ଅଫିସକୁ ଅଣାଯାଇ ସମସ୍ତ ଶାଗୁଆନକାଠ ଓହ୍ଲାଇଲେ । ଶାଗୁଆନ କାଠର ମୂଲ୍ୟ ଏକ ଲକ୍ଷରୁ ଉର୍ଦ୍ଧ ହେବ ବୋଲି ଜଣାପଡୁଛି । ଡ୍ରାଇଭର ସୋମନାଥ ପୁଞ୍ଜି ପି ଋକଧର ଗ୍ରାମ ଟିପିଗୁଡା । କାଠ ନେଉଥିବା ମାଲିକ ନାମ ହୃଦା ନାଏକ ପି କୃଷ୍ଣ ଗ୍ରାମ ସର୍ଗିଗୁଡା ବୋଲି ଜଣାପଡିଛି । ଏହି ଦୁଇ ଅସlମୀଙ୍କୁ ଆଜି କୋଭିଡ୍ -୧୯ ପରୀକ୍ଷା କରି ଧର୍ମଗଡ କୋର୍ଟ ଚାଲାଣ କରିଥିବା ଗୋଲାମୁଣ୍ଡା ଫରେଷ୍ଟର ରମେଶ ପଣ୍ଡାଙ୍କ ଠାରୁ ସୂଚନା ମିଳୁଛି । ରିପୋର୍ଟ – ବବୁଲୁ ସାହୁ ।

Leave A Reply

Your email address will not be published.