ପଦ୍ମପୁର,(ପିପିଟି ନ୍ଯୁଜ୍)୧୭/୦୪:- କରୋନା ର ମୁକାବିଲା ପାଇଁ ରାଜ୍ୟସରକାର ଲକଡାଉନ ଘୋଷଣା କରିଥିବାବେଳେ ଏଭଳି ସୁଯୋଗକୁ ହାତ ଛଡା କରି ନାହାନ୍ତି ଗାଁ ଗହଳରେ ଥିବା ମଦ ମାଫିଆ ମାନେ । ପଦ୍ମପୁର ଅବକାରୀ ବିଭାଗ ଅଧିନସ୍ଥ ଦହିତା ପଞ୍ଚାୟତର ସର୍ଗିପାଲି ଗ୍ରାମରେ ଜୈନେକ ମଦ ମାଫିଆ କେତେକ ମହିଳାଙ୍କୁ ନେଇ ଲଗଡାଉନ ସମୟରେ କେତେକ ବିଭାଗୀୟ କର୍ମଚାରୀ ମାନଙ୍କୁ ହାତବାରିସି କରି ବ୍ୟାପକ ଭାବେ ରନ୍ଧାମଦ ବିକ୍ରୟ କରୁଥିବାର ଅଭିଯୋଗ ଆମ ହସ୍ତଗତ ହୋଇଛି । ଏପରିକି ପଦ୍ମପୁର ଉପଖଣ୍ଡ ଅଧିନସ୍ଥ ମହନପାଲି,ଲୁହାରପାଲି,ବୁକୁରାମୁଣ୍ଡା,ସୋଢ଼ା,ଟେମେରୀ,ଗୁଣ୍ଡିଚାଡିହି,ଜମଲା ପ୍ରମୁଖ ନିର୍ଦ୍ଧିଷ୍ଟ ଗାଁ ମାନଙ୍କ ରେ ବ୍ଯାପକ ରୁବ୍ୟାପକତର ଭାବେ ବିଭିନ୍ନ ରାସାୟନିକ ପଦାର୍ଥ ଓ ନିଶାଦ୍ରବ୍ୟ ମିଶ୍ରଣ କରି ମହୁଲି ରନ୍ଧାମଦ ଏକ ପ୍ରକାରର କୁଟୀର ଶିଲ୍ପ ଭାବେ ପରିଗଣିତ ହୋଇଯାଇଛିା ବିଭାଗ ଯେତେବେଳେ ଚଢାଉ କରିବାକୁ ଆସେ ବିଭାଗର କେହିକେହି ମୋବାଇଲ ମାଧ୍ୟମରେ ମଦମାଫିଆ ମାନଙ୍କୁ ପୋନ କରିଦେଇଥାଆନ୍ତି ଯଦ୍ୱାରା ସେମାନେ ଚାଲାକ ହୋଇ ରନ୍ଧା ମଦକୁ ଜଙ୍ଗଲ ରେ ଲୁଚାଇ ବା ପାଇଁ ସମର୍ଥ ହୋଇଯାଆନ୍ତି ।ବର୍ତ୍ତମାନ ପରିସ୍ଥିତିରେ ମଦ ମାଫିଆ ମାନେ ସରକାରୀ ମଦଭାଟି ବନ୍ଦ ର ସୁଯୋଗ ନେଇ ଏଇଟା ସୁବର୍ଣ୍ଣ ସୁଯୋଗ ଭାବି ଚଢାଦର ରେ ମଦ ବିକ୍ରି କରି ବେଶ ମାଲେମାଲ ହେଲେଣି । ଏପଟେ ସରକାରୀ ମଦ ଭାଟି ବନ୍ଦ ହେବା ଦ୍ୱାରା ସରକାରଙ୍କ କୋଟିକୋଟି ଟଙ୍କାର ରାଜସ୍ୱ କ୍ଷତି ହେଲାଣି ।ଏଠାରେ ଉଲ୍ଲେଖନୀୟ ଏହିକି ଏଭଳି ମଦ ସେବନ କରି ଭବିଷ୍ୟତ ରେ ମଦମୃତ୍ୟୁ କୁ ଏଡାଇ ଦିଆଯାଇନପାରେ ।ବେଳହୁଁ ସାବଧାନ ହୋଇଯିବା ଆବଶ୍ୟକ ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।