ହିଞ୍ଜିଳିକାଟୁ,୧୪/୧୨(ପିପିଟି):ଶାସନ ଆମ୍ବଗାଁ ପଞ୍ଚାୟତର ଆଦର୍ଶ ବିଦ୍ୟାଳୟ ପାଖ ନୂତନ ପୋଖରୀ କାମ କରିବା ସକାଶେ ୨୦୨୦-୨୧ ଆର୍ଥିକ ବର୍ଷରେ ମନରେଗା ଯୋଜନାରୁ ଅନୁଦାନ ଯୋଗେଇ ଦିଆ ଯାଇଛି । ଏଥିପାଇଁ ମନରେଗା ଯୋଜନାରେ ଶ୍ରମଦାନ କରି ପୋଖରୀ ଖୋଳା ଯାଇଥିଲା ।ସେହି ପ୍ରକ୍ଳପଟି ଏବକୁ On Going ଅଛି ।କିନ୍ତୁ ଚଳିତ ଆର୍ଥିକ ବର୍ଷରେ ପଞ୍ଚାୟତର ନିର୍ବାଚିତ ସରପଞ୍ଚ ପ୍ରଶାସନିକ ଅଧିକାରୀ ମାନଙ୍କୁ ଅନ୍ଧାରରେ ରଖି, ଶ୍ରମଦାନକୁ ଗୁରୁତ୍ବ ଦେଉ ନଥିବା ତଥ୍ଯ ଭିତ୍ତିକ ପ୍ରମାଣ ଥିବାର ଦେଖିବାକୁ ମିଳୁଛି । ତେଣୁ ମଣିଷ ବଦଳରେ ଜେସିବି ମେସିନ୍ ଲଗାଇ ମାଟି ଖୋଳା ହେଲା ପରେ, ସେହିସମୋରମ ମାଟିକୁ ଆଦର୍ଶ ବିଦ୍ୟାଳୟ ଭିତର ଥିବା ମନରେଗା ପ୍ରକଳ୍ପରେ ଥିବା ଖେଳ ପଡିଆରେ ଦୋହରା ବିଲ୍ ହାତେଇବା ଉଦ୍ଧ୍ୟେଶରେ ଟ୍ରାକ୍ଟର ଲଗେଇ ପକାଉଛନ୍ତି । ସଂପୃକ୍ତ କନିଷ୍ଠଯନ୍ତ୍ରୀ ଏହି ଆଦର୍ଶ ବନ୍ଧରୁ ମେସିନ୍ ଲଗାଇ ମାଟି ଖୋଳିବା ପରେ ଖେଳ ପଡିଆରେ ପକାଇବା ପାଇଁ ଅନୁମତି ଦେଇଥିବା ବିଷୟରେ କହୁଛନ୍ତି ବୋଲି ଶୁଣିବାକୁ ମିଳୁଛି।ଏହି କାରଣରୁ ନିର୍ଭୟରେ ଜନପ୍ରତିନିଧି ମାନଙ୍କର କିଛି ହାତଗଣତି ସମର୍ଥକ ଏହି ମେସିନ୍ ଓ ଟ୍ରାକ୍ଟରର ଦାୟିତ୍ଵ ନେଇ ସରକାରଙ୍କ ମନରେଗା ଯୋଜନାର ଉଦ୍ଦେଶ୍ଯର ଖୋଲାେଖାଲି ଉଲ୍ଲଂଘନ କରି ଫରଜରୀ ମାଷ୍ଟର ରୋଲ ତିଆରି କରିବା ପାଇଁ,ଅନ୍ଯ ପ୍ରକଳ୍ପର ନିୟୋଜିତ ଶ୍ରମିକ ଉପସ୍ଥିତିର NMS ଫଟୋ ଲଗାଇ ପ୍ରଶାସନକୁ ଅନ୍ଧାରରେ ରଖୁଥିବା ଆଲୋଚନା ହେଉଛି। ଆମ ପାଖରେ କାର୍ଯ୍ଯର ଫଟୋ ପହଞ୍ଚିବା ପରେ ଜିଆରଏସଙ୍କୁ ଫୋନ ଯୋଗେ ପଚାରିବାରୁ ସେ କହିଥିଲେ କାର୍ଯ୍ଯ ସରିଗଲାଣି। କିଛି ଦିନ ପୂର୍ବେ ମେସିନ ଲଗାଇ ମୋରମ ନେଉଥିବା ଅଭିଯୋଗ ପରେ ଆମେ ଆରଆଇଙ୍କୁ ଅବଗତ କରାଥିଲୁ। ଯନ୍ତ୍ରୀ କହିଥିଲେ ଘଟଣା ସମ୍ପର୍କରେ ସେ ଅବଗତ ନୁହଁନ୍ତି। ଜିଆରଏସ ଓ ଯନ୍ତ୍ରୀଙ୍କ କଥାରେ ତାଳମେଳ ରହୁ ନାହିଁ। ଡିସେମ୍ବର ୧୨ ତାରିଖ କାର୍ଯ୍ଯର ଫଟୋ ଆମର ହସ୍ତଗତ ହୋଇଛି। ଗଞ୍ଜାମ ଜିଲ୍ଲାର ଶ୍ରମିକ କାମଧାମ ନପାଇ ବାହାର ରାଜ୍ଯକୁ ଦାଦନ ଖଟିବାକୁ ଯାଉଛନ୍ତି। ଏହି ଘଟଣା ପ୍ରତି ବିଡିଓ, ପିଡି ଓ ଜିଲ୍ଲାପାଳ ଦୃଷ୍ଟି ଦେଇ ତଦନ୍ତ ଓ କାର୍ଯ୍ଯାନୁଷ୍ଠାନ ନିମନ୍ତେ ସାଧାରଣରେ ଦାବି ହେଉଛି।