ମହାମାରୀ କରୋନା ବିପତ୍ତି ସମୟରେ ପରିବା ଦର ବେ ଲଗାମ , ସାଧାରଣ ଖାଉଟି ଅତିଷ୍ଠ ।

0 286

ଉଲୁଣ୍ଡା,୨୨/୦୯(ପିପିଟି); ମହାମାରୀ କରୋନା ମାଡରେ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ସମ୍ପୂର୍ଣ୍ଣ ଦୋହଲି ପଡିଥିବାବେଳେ ଏବେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର ହୁ ହୁ ବଢୁ ଥିବାରୁ ସାଧାରଣ ଖାଉଟି ମାନଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ ହୋଇପଡିଛି ।ବିଶେଷ କରି ଅଂଚଳର ବିଭିନ୍ନ ସାପ୍ତାହିକ ହାଟ ଓ ଦୈନିକ ବଜାର ମାନଙ୍କରେ ପନିପରିବା ବେପାରି ମାନେ ମନଇଚ୍ଛା ଦରଧାର୍ଯ୍ୟ କରି ଲୁଟୁଥିବା ଅଭିଯୋଗ ହେଉଛି । ପ୍ରାପ୍ତ ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଓ ବିରମହାରାଜପୁର ବ୍ଲକରେ ବିଭିନ୍ନ ସାପ୍ତାହିକ ହାଟ ଓ ଦୈନିକ ବଜାର ମାନଙ୍କରେ ପନିପରିବା ଦରବୃଦ୍ଧି ଏବେ ସାଧାରଣ ଖାଉଟି ଙ୍କ ପାଇଁ ଏବେ ଚିନ୍ତାର କାରଣ ପାଲଟି ଯାଇଛି । ଏବେ କରୋନା ବିପତ୍ତି ସମୟରେ ପନିପରିବା ଦର ଅହେତୁକ ବୃଦ୍ଧି କାରଣରୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପାଞ୍ଚ ଶହ ଟଙ୍କାର ପନିପରିବା କିଣିଲେ ମଧ୍ୟ ବ୍ୟାଗ ଭର୍ତି ହେଉ ନଥିବା କହୁଛନ୍ତି ଗ୍ରାହକ । କିଲୋ ପ୍ରତି ଟମାଟୋ ୫୦ ରୁ ୬୦ ଟଙ୍କା, ପୋଟଳ ୪୦ ଟଙ୍କା,ଫୁଲକୋବି ୧୦୦ ଟଙ୍କା, ଆଳୁ ୩୫ ରୁ ୪୦ ଟଙ୍କା, ପିଆଜ ୩୫ ଟଙ୍କା,ଝୁଡଙ୍ଗ ୮୦ ଟଙ୍କା,ବନ୍ଧାକୋବି ୫୦ ଟଙ୍କା ରେ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି । ଗ୍ରାହକ ଦର ପଚାରିଲେ ବେପାରୀ କିଲୋ ହିସାବରେ କହିଲେ ଅଧିକ ହେବ ମନେକରି ହିସାବରେ ଦର କହୁଛନ୍ତି । ସବୁ କିଛିକୁ ସହି ଗ୍ରାହକ କରୋନାକୁ ଦୋଷ ଦେଇ ଅଳ୍ପ କିଛି କିଣିବାକୁ ବାଧ୍ୟ ହେଉଛନ୍ତି ।ପ୍ରଶାସନିକ ଅବହେଳା କାରଣରୁ ବେପାରୀ ମନଇଚ୍ଛା ଦର ରେ ପନିପରିବା ବିକ୍ରି କରୁଥିବାରୁସାଧାରଣ ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପାଇଛି ।ଏଥିପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଖାଉଟି ମହଲଟେ ଦାବି ହେଉଛି । (ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.