ମନରେଗା ଯୋଜନାରେ ନାଳ ଖୋଳିବା ସମୟରେ ବିସ୍ଫୋରଣ,ତିନି ଜଣ ଶ୍ରମିକ ଆହତ ।

0 1,693

କବିସୂର୍ଯ୍ଯ ନଗର,(ପିପିଟି ନ୍ଯୁଜ୍)୦୫/୦୬,କବିସୂର୍ଯ୍ଯ ନଗର ବ୍ଲକ୍ ଅନ୍ତର୍ଗତ ବାଉଁଶିଆ ପଞ୍ଚାୟତର ବି.ନୂଆଁପଲ୍ଲୀ ଗ୍ରାମରେ ମନରେଗା ଯୋଜନାରେ ନାଳ ଖୋଳିବା ସମୟରେ ବିସ୍ଫୋରଣ ଘଟି ତିନି ଜଣ ଶ୍ରମିକ ଆହତ ହୋଇଛନ୍ତି ।ଆହତ ଶ୍ରମିକଙ୍କୁ ପୋଲସରା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।କବିସୂର୍ଯ୍ଯ ନଗର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମାଟିତଳେ ବିସ୍ପୋରକ ଥିବା ଆଶଙ୍କାରେ ବୋମା ନିଷ୍କ୍ରିୟ ଟିମ୍ ଅନୁସନ୍ଧାନ କରିଛନ୍ତି ।ସୂଚନା ଅନୁଯାୟୀ ବି.ନୂଆଁପଲ୍ଲୀ ଗାଁର ତଳ ଝରଣ ଠାରୁ ଦଳିତ ସାହି ଯାଏଁ ମନରେଗା ଯୋଜନାରେ ଏକ ନାଳ କାର୍ଯ୍ୟ ଚାଲିଛି ।ଆଜି ସକାଳ ସମୟରେ କାର୍ଯ୍ୟ ଚାଲିଥିବା ସମୟରେ କୋଡିରେ ମାଟି କାଢୁଥିବା ସମୟରେ ହଠାତ୍ ବିସ୍ଫୋରଣ ହେବା ଓ ପ୍ରଚଣ୍ଡ ଶଦ୍ଦ ସହ ଧୂଆଁ ମୟ ହୋଇଯାଇଥିଲା ।ବିସ୍ଫୋରଣରେ କାର୍ଯ୍ୟରତ ଶ୍ରମିକ ପୂର୍ଣ୍ଣଚନ୍ଦ୍ର ଗୌଡ (୫୦),କେଶବ ଗୌଡ (୬୦)ଓ ବୁଲୁ ପ୍ରଧାନ (୪୭) ଆହତ ହୋଇଥିବା ଜଣାପଡିଛି । ମାଟି ତଳେ ବୋମା କିମ୍ବା ବିସ୍ପୋରକ ଦ୍ରବ୍ୟ କିଏ ପୋତି ରଖିଥିବା ଆଶଙ୍କା ସୃଷ୍ଟି ହୋଇଛି । ପୋଲିସ୍ ଘଟଣାର ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.