ବ୍ରହ୍ମପୁର ଉନ୍ନୟନ ଅଧିକାରୀଙ୍କ ଅଚାନକ ଏନ୍ଏସି ସୁଲଭ ମୂଲ୍ୟ ଦୋକାନ ଗସ୍ତ ।

0 167

କୋଦଳା,(ପିପିଟି ନ୍ଯୁଜ୍)୧୯/୦୪- -ମହାମାରୀ କରୋନା ଭାଇରସ ର ସଂକ୍ରମଣ କୁ ନେଇ ଜିଲ୍ଳା ପ୍ରଶାସନ ର ନିର୍ଦ୍ଦେଶ ପ୍ରକାରେ  ଯୋଗ୍ୟ ହିତାଧିକାରୀଙ୍କ ନିକଟ ରେ ସରକାରଙ୍କ ଘୋଷଣା ମୁତାବକ ସମସ୍ତ ଯୋଜନା ପହଞ୍ଚୁଛି କି ନାହିଁ ତାହାର ତଦାରଖ କରିବା ପାଇଁ ବ୍ରହ୍ମପୁର ଉନ୍ନୟନ ଅଧିକାରୀ ତଥା କୋଦଳା ଏନଏସି ପ୍ରଶାସକ ସମ୍ବିତ ରାଉତ ଆଜି ଅଚାନକ କୋଦଳା ଏନଏସି ର ଦୁଇଗୋଟି ସରକାରୀ ସୁଲଭ ମୂଲ୍ୟ ଦୋକାନ ରେ ପହଞ୍ଚି ସରକାର ଘୋଷଣା କରିଥିବା ରାସନ ସାମଗ୍ରୀ ସମେତ କାର୍ଡ ପିଛା ୧୦୦୦/-ଲେଖାଏଁ ଟଙ୍କା ପାଉଛନ୍ତି କି ନାହିଁ ପଚାରି ବୁଝିଥିଲେ ।କରୋନା ହିରୋ ତହସିଲଦାର ପ୍ରଭାତ କମାର ପରିଡା , ଏନଏସି ନିର୍ବାହୀ ଅଧିକାରୀ ସୁଜିତ କମାର ଚୌଧୁରୀ , ବିଡିଓ ବେଦବର ପ୍ରଧାନ , ଯୋଗାଣ ନୀରିକ୍ଷକ  ଶରତ ଚନ୍ଦ୍ର ବେହେରାଙ୍କ ଉପସ୍ଥିତି ରେ ହିତାଧିକାରୀଙ୍କ ନିକଟ କୁ ଯାଇ ସେମାନେ ୧୦୦୦/- ଟଙ୍କା ଲେଖାଏଁ ପାଉଛନ୍ତି କି ନାହିଁ ପଚାରି ବୁଝିବା ସହିତ କୌଣଷି ଲୋକଙ୍କୁ ଊତ୍କୋଚ ନ ଦେବାକୁ ପରାମର୍ଶ ଦେଇଥିଲେ ।କରୋନା ସଂକ୍ରାନ୍ତୀୟ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ହୋଇଥିବା ଯୋଗୁ କୋଦଳା ପ୍ରଶାସନ ଉପରେ ସନ୍ତୋଷ ବ୍ୟକ୍ତ କରିଥିଲେ ।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଏନଏସି କନିଷ୍ଠ ଯାନ୍ତ୍ରୀ ଜତିନ୍ଦ୍ର ମୋହନ ବେହେରା ,ସ୍ୱଚ୍ଛତା  ବିଶେଷଜ୍ଞ ଚନ୍ଦ୍ର ମାରାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.