ବିରମହାରାଜପୁର ଠାରେ ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ପାଇଁ ଶୁଭସ୍ଥମ୍ଭ ସ୍ଥାପନ ।

0 265

ଉଲୁଣ୍ଡା,୩୧/୧୦(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ମାଲେଶ୍ରୀ ମୁକ୍ତ ରଙ୍ଗ ମଞ୍ଚରେ ବିରାଟ ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ପାଇଁ ଆଜି ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି ଶୁଭ ସ୍ତମ୍ଭ ସ୍ଥାପନ ସହ କଂସ ବରଣ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଯାଇଛି ।ପ୍ରଥମେ ଚମ୍ପମାଲ ସ୍ଥିତ ଚାମ୍ପେଶ୍ୱର ମହାଦେବ ମନ୍ଦିରରେ ପୂଜାର୍ଚନା ପରେ ସେଠାରୁ ଆଜ୍ଞାମାଳ ନେଇ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ଥରେ ପହଞ୍ଚି ସେଠାରେ ପୂଜାର୍ଚନା ପରେ ଶୁଭସ୍ଥମ୍ଭ ସ୍ଥାପନ ଓ କଂସ ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ଜୋଇଥିଲା । ଆସନ୍ତା ଡ଼ିସେମ୍ବର ୧ ରୁ ୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଧନୁଯାତ୍ରା ମହୋତ୍ସବ ରେ ବରଗଡ ଚିଚିଣ୍ଡା ର ଝସକେତନ ପଧାନ କଂସ ଭୂମିକାରେ ଅଭିନୟ କରୁଥିବା ବେଳେ, ମିନା ବଜାର ଓ ଅପେରା କାର୍ଯ୍ୟକ୍ରମ ହେବା ନେଇ ଯାତ୍ରା କମିଟି ସଭାପତି କିଶୋର ହୋତା ସୂଚନା ଦେଇଛନ୍ତି ।ଧନୁଯାତ୍ରା ମହୋତ୍ସବର ପ୍ରତ୍ୟହ ସନ୍ଧ୍ୟାରେ ଅଞ୍ଚଳର ବିଭିନ୍ନ ସରକାରୀ ଅଧିକାରୀ,ରାଜନେତା, ବିଶିଷ୍ଟ ବ୍ୟକ୍ତି ବିଶେଷ ରାଜଅତିଥି ଭାବରେ ଯୋଗଦେଇ ସାଂସ୍କୃତିକ ବାର୍ତା ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି । ଆଜି କଂସ ବରଣ ସମୟରେ ବରିଷ୍ଠ ସାମ୍ବାଦିକ ଶୟମ୍ଭୁ ନାଥ ଖଣ୍ଡଗିରି, ଆଇନଜୀବି ପ୍ରଦୀପ ମିଶ୍ର, ଲୁତୁରପଙ୍କ ସରପଞ୍ଚ ସୂର୍ଯ୍ୟ ନନ୍ଦ, ଚିନ୍ମୟ ସାହୁ, ଆଶ୍ରୟ ମହାନନ୍ଦ,ସୁରୁବାବୁ ପଧାନ,ଶୁଭମ ହୋତା,ଶିତୁ ଥାନାପତି, ମିନା ବଜାର ମେନେଜର ସୁରେନ୍ଦ୍ର ନାଏକ ପ୍ରମୁଖଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
(ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ। )

Leave A Reply

Your email address will not be published.