ବଜାରରେ ମିଳୁ ନାହିଁ ୟୁରିଆ ସାର,ଚିନ୍ତାରେ ଚାଷୀ,ପ୍ରଶାସନ ନିରବଦ୍ରଷ୍ଟା ।

0 442

ଉଲୁଣ୍ଡା,୦୩/୦୯(ପିପିଟି); ଚଳିତବର୍ଷ ସୁବର୍ଣ୍ଣପୁର ଜିଲ୍ଲାରେ ଚାଷ କାର୍ଯ୍ୟ ବିଳମ୍ବ ହୋଇଛି । ପ୍ରଥମେ କରୋନା କଟକଣା ଯୋଗୁଁ ଚାଷ କାମ କିଛି ମାତ୍ରାରେ ଅଟକି ଯାଇଥିଲା ।ପରେ ପୁଣି ଆଷାଢ଼ ଶ୍ରବଣ ମାସରେ ବର୍ଷାଭାବ ଯୋଗୁଁ ଚାଷ କାର୍ଯ୍ୟ ପୁରାପୁରି ଠପ ହୋଇଯାଇଥିଲା । ଏପରିକି ଅନେକ ଚାଷୀ ଦୁଇ ଥର ଲେଖାଏଁ ଧାନ ବୁଣିଥିବାର ଦେଖିବାକୁ ମିଳିଥିଲା । ହେଲେ ଭାଦ୍ରବ ମାସରେ ଭଲ ବର୍ଷା ହେବାରୁ ବର୍ତମାନ ଅଂଚଳର ଚାଷୀ ରୁଆ,ବିହୁଡା ତଥା ଘାସ ବଛା କାମ ସାରି ଦେଇସାରିଲାଣି । ହେଲେ ଏହି ସମୟରେ ଧାନ ଚାଷ ପାଇଁ ୟୁରିଆ ସାରର ଖୁବ ଆବଶ୍ୟକ ରହିଥିବାବେଳେ ବଜାରରେ ଆବଶ୍ୟକ ପରିମାଣର ସାର ମିଳୁ ନ ଥିବାରୁ ଚାଷୀ ହଇରାଣ ହେଉଛି ।ଚାଷୀ ସାର କିଣିବାକୁ ଗଲେ ଲାଇସେନ୍ସ ପ୍ରାପ୍ତ ସାର ବିକ୍ରେତା ସାର ନାହିଁ ବୋଲି କହୁଛନ୍ତି ଏପଟେ ୟୁରିଆ ସାର ଚଢା ଦରରେ ବିକ୍ରି ହେଉଥିବାର ଦେଖିବାକୁ ମିଳୁଛି ।ୟୁରିଆ ସାର ବସ୍ତା ପ୍ରତି ଦର ୨୬୬ ଟଙ୍କା ରହିଥିବାବେଳେ କଳାବଜାରରେ ଦଲଲମାନେ ୭୦୦ ରୁ ୮୦୦ ଟଙ୍କା ବିକ୍ରିକରି ମଲେମାଲ ହେଉଛନ୍ତି । ବର୍ତ୍ତମାନ ୟୁରିଆ ସାରର ବିଶେଷ ଆବଶ୍ୟକ ଥିବାରୁ ଚାଷୀ ବାଧ୍ୟ ହୋଇ ଚଢା ଦରରେ କିଣୁଛନ୍ତି ।କୃଷି ବିଭାଗ କେବଳ ସାର ଦୋକାନୀ ମାନଙ୍କର ସ୍ଟକ ଓ ବିତରଣ କାଗଜ କଲମରେ ଦେଖି ଚୁପ ରହିଯାଉଛନ୍ତି । ପ୍ରକୃତରେ ବିତରଣ ହୋଇଥିବା ସାର ପ୍ରକୃତ ଚାଷୀ ପାଖରେ ପହଂଚୁଛି କି ନାହିଁ ତାହା କୃଷି ବିଭାଗ ଦୃଷ୍ଟି ଦେଉନାହିଁ । ଗତ ଜୁନ ଜୁଲାଇ ମାସରେ ଟ୍ରକ ଟ୍ରକ ୟୁରିଆ ସାର ଲାଇସେନ୍ସ ପ୍ରାପ୍ତ ଦୋକାନୀ ପାଖକୁ ଆସିଥିଲା କିନ୍ତୁ ସେସବୁ ଗଲା କୁଆଡେ ବୋଲି ଚାଷୀ ଅଭିଯୋଗ କରିଛନ୍ତି । ପ୍ରକୃତରେ ଦେଖଗିବାକୁ ଗଲେ ଗାଁ ଗହଳିର ବ୍ୟବସାୟୀ ମାନେ ନିଜ ନିଜ ସମ୍ପର୍କୀୟଙ୍କ ପାଖରେ ସାର ମହଜୁଦ ରଖି ସେସବୁକୁ ଚଢାଦରରେ ବିକ୍ରି କରୁଥିବାର ଅଭିଯୋଗ ଆସୁଛି ।ଆହୁରି ଗୁରୁତର ଅଭିଯୋଗ ଚାଷୀ ମହଲରୁ ଆସୁଛି ଯେ,କିଛି ଅସାଧୁ ବ୍ୟବସାୟୀ ଗାଁ ଗହଳିର ସରଳ ଗରିବ ଚାଷୀଙ୍କ ନାମରେ ସାର କିଣି ସେସବୁକୁ ଚଢା ଦରରେ ବିକ୍ରି କରୁଛନ୍ତି ।ବାସ୍ତବରେ ସାରର କୃତ୍ରିମ ଅଭାବ କେଉଁଠି ରହିଛି ତାହା ଦେଖିବା କୃଷି ବିଭାଗର ଦାୟିତ୍ୱ ରହିଥିବାବେଳେ ସେସବୁ କାର୍ଯ୍ୟ କେବଳ କାଗଜ କଲମରେ ଦେଖି ଠିକ ଥିବା ଦର୍ଶାଇଛି କୃଷି ବିଭାଗ ।ଏବେ ଗାଁ ମାନଙ୍କରେ ସବୁଠି ଖୁଚୁରା ସାର ଦୋକାନ ରହିଥିବାବେଳେ ଲାଇସେନ୍ସ ପ୍ରାପ୍ତ ସର ଦୋକାନୀ ଓ ଖୁଚୁରା ସାର ଦୋକାନିମାନଙ୍କର ମିଳିତ କାରନାମା ରେ ୟୁରିଆ ସାରର କୃତ୍ରିମ ଅଭାବ ଦେଖାଦେଇଛି ବୋଲି ଚାଷୀ ମହଲରେ ଅଭିଯୋଗ ଆସୁଛି । ଏଥିପ୍ରତି ଜିଲ୍ଲା କୃଷି ଅଧିକାରୀ ସ୍ୱତନ୍ତ୍ର ଦୃଷ୍ଟିଦେଇ ଚାଷୀଙ୍କର ସାରର କୃତ୍ରିମ ଅଭାବକୁ ସୁଧାରିବାରେ ସହାୟକ ହେବେ ବୋଲି ଦୃଢ ଦାବି ହେଉଛି । ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।

Leave A Reply

Your email address will not be published.