ପଞ୍ଚମ ଥର ପାଇଁ ଗଞ୍ଜାମ ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ଭାବେ ଯୋଗେନ୍ଦ୍ର ସ୍ୱାଇଁ ମନୋନିତ ।

0 1,125

ସାନଖେମୁଣ୍ଡି,୦୭/୦୮(ପିପିଟି); ଗଞ୍ଜାମ ଜିଲ୍ଲା ବିଜୁଜନତା ଦଳ ବହୁ ପ୍ରତିକ୍ଷିତ ଗଞ୍ଜାମ ଜିଲ୍ଲା କର୍ମକର୍ତ୍ତାଙ୍କ ତାଲିକାକୁ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ବି.ଜେ.ଡ଼ି.ସଭାପତି ନବୀନ ପଟ୍ଟନାୟକ ବିଧିବଦ୍ଧ ଘୋଷଣା କରିଛନ୍ତି । ୟା ମଧ୍ୟରେ ସାନଖେମୁଣ୍ଡିର ବରିଷ୍ଠ ବି.ଜେ.ଡ଼ି. ନେତା ଯୋଗେନ୍ଦ୍ର ସ୍ୱାଇଁଙ୍କୁ ପଞ୍ଚମ ଥର ପାଇଁ ଜିଲ୍ଲା ସଧାରଣ ସମ୍ପାଦକ ଭାବେ ମନୋନୀତ କରିବା ସହ ଗଞ୍ଜାମ ଜିଲ୍ଲାର ଦାୟିତ୍ଵ ପ୍ରଦାନ କରିଛନ୍ତି । ଏକଦା ହିଂଜିଳି ବିଜ୍ଞାନ ମହାବିଦ୍ୟାଳୟର ସଭାପତି ନିର୍ବାଚିତ ହୋଇ ତତ୍କାଳୀନ ବିଜୁ ବାବୁଙ୍କ ଆଦର୍ଶକୁ ପଥେୟ କରି ନିଜ ରାଜନୀତିକ କ୍ୟାରିୟର ଆରମ୍ଭ କରିଥିବା ଯୋଗେନ୍ଦ୍ର ସ୍ବାଇଁ ଛାତ୍ର ଜନତା ଦଳ ଏବଂ ବିଜୁ ଜନତା ଦଳର ଗଞ୍ଜାମ ଜିଲ୍ଲା ସଭାପତି ରୁପେ ପ୍ରଥମେ ଦାୟୀତ୍ୱ ନେଇଥିବା ବେଳେ ରାଜ୍ୟ ଓସକାର୍ଡ ବ୍ୟାଙ୍କ ସଭାପତି ପଛୁଅ ବର୍ଷ ଅର୍ଥ ଉନ୍ନୟନ ନିଗମ ନି ଭାବେ ରାଜ୍ୟ ସ୍ତରର ଉଚ୍ଚ ସଙ୍ଗଠନରେ ନିଜ ଦାୟୀତ୍ୱ ସଠିକ ଭାବେ କରି ଆସିଛନ୍ତି । ତନ୍ମ ମଧ୍ୟରେ ବି.ଜି.ଡ଼ି. ର ବିଭିନ୍ନ ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ ଭାବେ ଗୁରୁ ଦାୟୀତ୍ୱ ତୁଲାଇ ଆସିଥିବା ବେଳେ ବର୍ତ୍ତମାନ ପାଇଁ ପଞ୍ଚମ ଥର ଜିଲ୍ଲା ସଧାରଣ ସମ୍ପାଦକ ପଦବୀ ବଜାୟ ରଖିପାରିଛନ୍ତି । ସେ ଜଣେ କର୍ମଠ ଛାତ୍ର ନେତାରୁ ବରିଷ୍ଠ ନେତା ରୁପେ ବିଜୁ ଜନତା ଦଳ ମଧ୍ୟରେ ନିଜର ଦାୟୀତ୍ୱ ସମ୍ପନ୍ନ କରି ଆସିଛନ୍ତି । ନିଜର ମନ ନୟନ ପାଇଁ ଗଞ୍ଜାମ ଜିଲ୍ଲା ବି.ଜେ.ଡ଼ି. ସଭାପତି ଡ଼. ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ , ସାନଖେମୁଣ୍ଡି ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ ଜିଲ୍ଲା ସମସ୍ତ ମନ୍ତ୍ରୀ ବିଧାୟକ , ସାଂସଦଙ୍କୁ କୃତଜ୍ଞତା ଜଣାଇଛନ୍ତି ।

(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.