ନିମ୍ନମାନର ଛତୁଆ ଯୋଗାଣ ।

0 473

ପଦ୍ମପୁର,୦୭/୦୭(ପିପିଟି);ପଦ୍ମପୁର ଉପଖଣ୍ଡ  ଅନ୍ତର୍ଗତ ବିଜେପୁର ବ୍ଲକ ବ୍ରାହ୍ମଣୀ ପଞ୍ଚାୟତ ଅଧିନସ୍ଥ କଟାପାଲି ଗ୍ରାମର ଅଙ୍ଗନୱାଡି କେନ୍ଦ୍ରକୁ ଯୋଗାଇ ଦେଇଥିବା ଛତୁଆରେ ପୋକ ସାଲୁବାଲୁ ହେଉଥିବାର ଦେଖାଦେଇଛି । ଗର୍ଭବତୀ ମହିଳା ତଥା ପୁଷ୍ଟି ହୀନତା ରୋକିବା ପାଇଁ ସରକାର କରିଥିବା କାର୍ଯ୍ୟକ୍ରମରେ ଏ ଭଳି ଯଦି ନିମ୍ନମାନର ସୁଷମ ଖାଦ୍ୟ ଯୋଗାଣ କରାଯାଏ ତେବେ  ଶରୀର ପାଇଁ ବହୁକ୍ଷତି କାରକ ହେବ । ବର୍ତ୍ତମାନ କରୋନା ମହାମାରୀ ସମୟରେ ରାଜ୍ୟ ସରକାର ଗର୍ଭବତୀ ଓ ଶିଶୁ ମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବାକୁ ଅଙ୍ଗନୱାଡି ଜରିଆରେ ଅଣ୍ଡା ଓ ଛତୁଆ ଦେବାର ଆଗରୁ ବ୍ୟବସ୍ଥା କରିଛନ୍ତି କିନ୍ତୁ ଏଠାରେ ଧବଳେଶ୍ୱରୀ ସ୍ୱୟଂ ସହାୟକ ଗୋଷ୍ଠୀକୁ ଦାୟିତ୍ୱ ପ୍ରଦାନ କରିଛନ୍ତି ହେଲେ ପ୍ରଦାନ ସମୟରେ କମସେକମ୍ ଧବଳେଶ୍ୱରୀ ଗୃପ୍  ଯୋଗାଇଦେବା ସମୟରେ ପ୍ରସ୍ତୁତି ଛତୁଆକୁ ଦେଖି ଯୋଗାଇବା ଉଚିତ ଥିଲା ବୋଲି ଜନସାଧାରଣଙ୍କ ଠାରୁ ପ୍ରକାଶ ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.