ମାଲକାନଗିରି,ତା:୨୯/୦୬(ପିପିଟି); ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳାଫଳ ଘୋଷଣା ହେଲା ପରେ ଜଣାପଡିଛି ଯେ ମାଲକାନଗିରି ଜିଲ୍ଲାର ଏମଭି-୭ ଜଗନ୍ନାଥ ପଲ୍ଲୀ ଉଚ୍ଚ ବିଦ୍ଯାଳୟର ଦଶମ ପରୀକ୍ଷାରେ ପାଶ ହାର ୯୯ ପ୍ରତିଶତ ରହଛି । ତନ୍ମଧ୍ଯରୁ ନରେନ୍ଦ୍ର କୁମାର ଦାଶ ସର୍ବମୋଟ ୬୦୦ ନମ୍ବରରୁ ୫୪୨ ନମ୍ବର ରଖି ଜିଲ୍ଲାର ୨ୟ ଟପ୍ପର ହୋଇଥିବା ବେଳେ ଶେଖର ବାରିକ ୫୪୦ ନମ୍ବର ରଖିଛନ୍ତି । ପ୍ରାପ୍ତ ବିବରଣୀରୁ ଜଣା ପଡିଛି ଯେ ଜଗନ୍ନାଥ ପଲ୍ଲୀ ଉଚ୍ଚ ବିଦ୍ଯାଳୟରେ ଚଳିତ ୧୦ମ ବୋର୍ଡ ପରୀକ୍ଷା ୨୮୦ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ବେଳେ ୨୭୯ ଜଣ ପରୀକ୍ଷାରେ ଅଂଶ ଗ୍ରହଣ କରିଥିଲେ । ଏଥି ମଧ୍ଯରୁ ଏ-୧ ରେ ୨ ଜଣ,ଏ-୨ରେ ୨୫ ଜଣ,ବି-୧ରେ ୩୬ ଜଣ,ବି-୨ରେ ୫୬ ଜଣ, ସି-ରେ ୫୯ ଜଣ,ଡି-ରେ ୬୫ ଜଣ,ଇ-ରେ ୩୫ ଜଣ ପାଶ ହୋଇଥିବା ବେଳେ ଜଣେ ମାତ୍ର ଫେଲ୍ ହୋଇଥିବା ଜଣାପଡିଛି । ତେବେ କରୋନା ଯୋଗୁଁ ବୋର୍ଡ ପରୀକ୍ଷାକୁ ବାତିଲ କରାଯାଇଥିବା ବେଳେ ବୋର୍ଡ କର୍ତ୍ତୃପକ୍ଷ ୯ମ ଶ୍ରେଣୀର ଅର୍ଦ୍ଧବାର୍ଷକ ବା ବାର୍ଷିକ ପରୀକ୍ଷାର ସର୍ବୋଚ୍ଚ ମାର୍କ,୧୦ମ ଶ୍ରେଣୀର ପ୍ରାକ୍ଟିସ ମାର୍କ ଏବଂ ସେହି ବିଦ୍ଯାଳୟର ୪ ବର୍ଷର ୧୦ମ ବୋର୍ଡ ପରୀକ୍ଷାର ଉତ୍ତୀର୍ଣ୍ଣ ଫଳାଫଳ ପ୍ରତିଶତକୁ ନେଇ ଛାତ୍ରଛାତ୍ରୀଙ୍କ ଚଳିତ ମାଟ୍ରିକ ପରୀକ୍ଷାର ରିଜଲ୍ଟ ଘୋଷଣା ହୋଇଛି । ଗତ ବର୍ଷ ୧୦ମ ପରୀକ୍ଷାରେ ସମଗ୍ର ଜିଲ୍ଲାରେ ଏ-୧ ରେ ୨ ଜଣ ପାଶ କରିଥିଲା ବେଳ ତନ୍ମଧ୍ଯରୁ ଜଗନ୍ନାଥ ପଲ୍ଲୀ ଉଚ୍ଚ ବିଦ୍ଯାଳୟର ଜଣେ ବିଦ୍ଯାର୍ଥି ହାସଲ କରିଥିଲେ । ଚଳିତ ୧୦ମ ପରୀକ୍ଷାରେ ଜିଲ୍ଲାରେ ୭ ଜଣ ବିଦ୍ଯାର୍ଥିଙ୍କ ମଧ୍ଯରୁ ଏ-୧ରେ ଦୁଇ ଜଣ କେବଳ ଜଗନ୍ନାଥପଲ୍ଲୀ ଉଚ୍ଚ ବିଦ୍ଯାଳୟର ଛାତ୍ର ହାସଲ କରିବାରେ ସକ୍ଷମ ହୋଇଛି ବୋଲି ଜଗନ୍ନାଥ ପଲ୍ଲୀ ଉଚ୍ଚ ବିଦ୍ଯାଳୟର ପ୍ରଧାନ ଶିକ୍ଷକ ଏ ଈଶ୍ବର ରାଓ ପ୍ରକାଶ କରିଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)
Next Post