ପଦ୍ମପୁର,୧୭/୦୯(ପିପିଟି); ଚାଷୀ କୂଳ ହେଲେ ଦେଶର ଅର୍ଣ୍ଣଦାତା । ତାଙ୍କୁ କେନ୍ଦ୍ର ସରକାର ଦେଖୁଛି ନା ରାଜ୍ୟସରକାର ଦେଖୁଛିା ସଦାବେଳେ ଚାଷୀକୂଳ ସାଙ୍ଗ ରେ ଲୁଚକାଳୀ ଖେଳିଚାଲିଛି କେନ୍ଦ୍ର ଓ ରାଜ୍ୟ ସରକାର । ଧାନଚାଷ ସମୟରେ ମିଳୁନି ଇୟୁରିଆ ସାର । ଚାଷଅମଳ ହେଲେ ଉଚିତ ମୂଲ୍ୟ ନିର୍ଧାରିତ କରି ପାରୁନାହାନ୍ତି ରାଜ୍ୟ ତଥା କେନ୍ଦ୍ର ସରକାର । ଯାହାପାଇଁ ଆଜି ମଣିଷ ସମାଜ ମୁଠାଏ ଦାନା ପେଟ ପାଇଁ ଯୋଗାକରି ଚଳାଉଛି ତାହାର ଅବସ୍ଥା କୁ ବୁଝୁଛି କିଏ ? ଏଭଳି ଏକ ପରିସ୍ଥିତି ଉପୁଜିଛି ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଅଞ୍ଚଳରେ ଗତବର୍ଷ ୨୦୧୯ ରେ ପାଇକମାଲ ବ୍ଲକର ତିନୋଟି ଗ୍ରାମପଂଚାୟତ ଯଥା, ଲଖମରା ବାଦିକଟା ଓ ଭେଙ୍ଗରାଜପୁର ଗ୍ରାମପଂଚାୟତ ଖରିଫ ଚାଷ କ୍ରପ୍ କଟିଙ୍ଗ ଆଧାରରେ ଲଖମରା ଗ୍ରାମପଂଚାୟତ ଶତକଡା ୫୩.୬୦,ବାଦିକଟା ଗ୍ରାମପଂଚାୟତ ୭୧.୬୦ ଓ ଭେଙ୍ଗରାଜପୁର ଗ୍ରାମପଂଚାୟତ ୨୬.୨୫ ଭାବରେ ସରକାର ତଥା ଇନ୍ସୁରେନ୍ସ କମ୍ପାନୀ ମିଳିତ ରାଜିନାମା ଅନୁସାରେ ଫସଲବୀମା ଫସଲବୀମା ଦେବାପାଇଁ ଘୋଷଣା କଲେ ହେଲେ ଲୁଚକାଳୀ ଖେଳ ରେ ଓସ୍ତାଜ୍ ସାଜିଥିବା ପ୍ରଶାସନ ସଦାସର୍ବଦା ଭୂଆବୁଲାଇ ଚାଲିଛିା ସଦାବେଳେ ମିଛପ୍ରତିଶୃତି ଦେଇ ଚାଷୀ କୂଳ ସାଥିରେ ଲୁଚକାଳୀ ଖେଳି ଚାଲିଛି । ଫସଲବୀମା ଆଶାରେ ଚାଷୀକୂଳ ବାରମ୍ବାର ଜିଲ୍ଲାପାଳ,ଉପଜିଲ୍ଲାପାଳ ତଥା ଇନ୍ସୁରେନ୍ସ କମ୍ପାନୀଙ୍କ ପାଖକୁ ଧାଇଁଧାଇଁ ନୟାନ୍ତ ହୋଇଗଲେଣି ।ତେଣୁ ଆଜି ଚାଷୀ ସଂଗଠନର ନିଷ୍ପତ୍ତି କ୍ରମେ ବୁଧବାରା ଠାରୁ ୭ ଦିନ ମଧ୍ୟ ରେ ଯଦି ଘୋଷିତ ଇନ୍ସୁରେନ୍ସ ଟଙ୍କା ଚାଷୀକୁ ପ୍ରଦାନ କରାନଯାଏ ତେବେ ବାଧ୍ୟହୋଇ ଛତିଶଗଡ ରାଜ୍ୟର ସରାଇପାଲି ଓ ବସନା ରାସ୍ତାର ସଂଯୋଗ ସ୍ଥାନ ଲଖମରା କଲେଜ ଛକର ରାଜରାସ୍ତା ଅବରୋଧ କରିବାକୁ ଲିଖିତ ଭାବେ ପଦ୍ମପୁର ଉପଜିଲ୍ଲାପାଳଙ୍କୁ ଚାଷୀ ନେତା ସର୍ବଶ୍ରୀ ମୁକ୍ତେଶ୍ୱର ପଟେଲ,ଦହିତ କୁମାର ସାହୁ,ମଳୟ କୁମାର ଭୋଇ,କୈଳାସ ଚନ୍ଦ୍ର ବାରିକ,ପୁଷ୍କର ବରିହା,ସୁବାଷ ମେହେର,ପ୍ରଫୁଲ୍ଲ ଧରୁଆ,ଗଜରାଜ ଡନସନା ପ୍ରମୁଖ ଚେତାବନୀ ଦେଇଛନ୍ତି । (ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।)