ଭୁବନେଶ୍ବର,୨୪/୦୬(ପିପିଟି); ରାଜ୍ୟର ଅଗ୍ରଣୀ ସାମାଜିକ ସଂଗଠନ ସୋସାଇଟି ଚେଞ୍ଜର୍ସ ପକ୍ଷରୁ ଏକ ଭର୍ଚୁଆଲ କନଫରେନ୍ସ ଆୟୋଜିତ ହୋଇଯାଇଛି। ଏହି ୱେବିନାରରେ ଓଡ଼ିଶାର ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ପଞ୍ଚାନନ କାନୁନଗୋ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଛାତ୍ର ଓ ଯୁବ ସମାଜକୁ ଭାରତୀୟ ଅର୍ଥନୀତି ର ବର୍ତ୍ତମାନ ସ୍ଥିତି ବିଷୟରେ ଆଲୋଚନା କରିବା ସହ କେମିତି ଏହା କରୋନା ସମୟ ପୂର୍ବରୁ ଦୁର୍ବଳ ହେଇଥିଲା ଓ କରୋନା କେମିତି ଭାବରେ ଆମ ଅର୍ଥନୈତିକୁ ଆହୁରି ଦୁର୍ବଳ କରିବା ସହ ଦେଶ ତଥା ରାଜ୍ୟର ମୁଖ୍ୟ ନେତାଙ୍କ ଭୁଲ ନିଷ୍ପତ୍ତି ଫଳରେ କେମିତି ଅର୍ଥନୈତିକ କ୍ଷେତ୍ରରେ ଓଡ଼ିଶା ଓ ଭାରତ ଦୁର୍ବଳ ହେଉଛି ସେ ପରିପ୍ରେକ୍ଷୀରେ କହିଥିଲେ ଓ ପରିଶେଷରେ କେମିତି ଜି.ଏସ୍.ଟି ଓ ବିମୁଦ୍ରିକରଣ ଦ୍ୱାରା ଦେଶର ଅର୍ଥନୈତିକ ମେରୁଦଣ୍ଡ ଭାଙ୍ଗି ଯାଇଛି ସେ ବିଷୟରେ ବର୍ଣ୍ଣନା କରିଥିଲେ। ଯୁବପିଢ଼ି ପ୍ରଶ୍ନ ପଚାରିବା ଆବଶ୍ୟକ ଓ ଏହା ଦ୍ୱାରା ବ୍ୟବସ୍ଥା ପରିବର୍ତ୍ତନ ହୋଇପାରେ। ଏହି କାର୍ଯ୍ୟକ୍ରମକୁ ସଂଗଠନର କୋଷାଧ୍ୟକ୍ଷା ଦେବୀଦତ୍ତା ପଣ୍ଡା ପରିଚାଳନା କରିଥିବାବେଳେ। ସଂଗଠନର ରାଜ୍ୟ ସଭାପତି ସାରଦା ପ୍ରସାଦ ଦାସ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହିତ କେମିତି ଯୁବ ପିଢିଙ୍କ ସଚେତନତା ଦ୍ୱାରା ଏହି ଅରାଜକତା ଦୂର ହୋଇପାରିବ ସେ ବିଷୟରେ ମତାମତ ରଖିବା ସହ ବିଗତ ଦିନରେ ଭାରତ ଏହାଠାରୁ ଅଧିକ ବିକଟ ପରିସ୍ଥିତିକୁ ସାମ୍ନା କରିବା ସହ ତାକୁ ସଫଳ ଭାବରେ ମୁକାବିଲା କରିଥିଲା ଓ ଏବେ ମଧ୍ୟ ଏହି ପରିସ୍ଥିତି କୁ ଆମେ ସାମ୍ନା କରିପାରିବା ଏବଂ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଉଭୟ ନିଜ ବାଜେ ଖର୍ଚ୍ଚ କମ କରି ଦେଶ ଅର୍ଥନୈତିକୁ ସୁଦୃଢ କରିବା ସହ କୋଭିଡରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ପରିବାରକୁ କେମିତି କ୍ଷତିପୂରଣ ଅର୍ଥ ମିଳିପାରିବ ସେ ଦିଗରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସଂଗଠନର ସାଗରିକା ସ୍ୱାଇଂ, ଅମ୍ଲାନ ବଡୁ, ସୌମ୍ୟ ରଞ୍ଜନ ଶତପଥି, ଶିବ ପ୍ରସାଦ ଦାସ ଓ ସତ୍ୟ ସୁମନ ରାଉତରାୟ ଉପସ୍ଥିତ ଥିବା ବେଳେ ଶେଷରେ ଶୁଭମ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ।