ବ୍ରହ୍ମପୁର,୦୭/୦୧(ପିପିଟି): କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସର୍ଭେରେ ଗଞ୍ଜାମ ଜିଲ୍ଲାର ଆସିକା ଥାନା ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛି। ବୃତ୍ତିଗତ ପାରିଦର୍ଶିତା, ସ୍ବଚ୍ଛତା,ସେବା ପ୍ରଦାନରେ ନିଷ୍ଟା, ତ୍ବରିତ କାର୍ଯ୍ଯାନୁଷ୍ଠାନ, ଜନତାଙ୍କୁ ଉତ୍ତମ ବ୍ଯବହାର ପ୍ରଦର୍ଶନ, କର୍ତ୍ତବ୍ଯ, ପ୍ରତିବଦ୍ଧତା, ଦଳଗତ କାର୍ଯ୍ଯ,ଦଣ୍ଡ ବିଧାନ, ପ୍ରଯୁକ୍ତିବିଦ୍ଯା, ପରିବର୍ତ୍ତନ ଏବଂ ସମୟସୀମା ପାଳନ ଇତ୍ଯାଦି ୧୬୫ଟି ବିଷୟରେ ଉତ୍ତମ ପ୍ରଦର୍ଶନ ପାଇଁ ଏହି ସଫଳତା ମିଳିଛି। କିଛି ଦିନ ପୂର୍ବେ ଓଡ଼ିଶା ସରକାରଙ୍କ ଷ୍ଟେଟ୍ କ୍ରାଇମ ରେକର୍ଡ ବ୍ଯୁରୋ ପକ୍ଷରୁ ପ୍ରକାଶିତ ହୋଇଥିବା ପ୍ରଗତି ଡ୍ଯାସ୍ ବୋର୍ଡ ତାଲିକାରେ ଆସିକା ରାଜ୍ୟର ଏକ ନମ୍ବର ଥାନାର ମାନ୍ଯତା ପାଇଥିଲା। ସର୍ବଭାରତୀୟ ସ୍ତରରେ ସଫଳତା ପାଇଁ ଟ୍ବିଟ୍ କରି ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ କାର୍ଯ୍ଯଶୈଳୀ ପାଇଁ ସବୁ ସ୍ତରରେ ପ୍ରଶଂସା କରାଯାଉଛି।