ଭଞ୍ଜନଗର,୧୬/୧୨(ପିପିଟି):ଚଳିତ ବର୍ଷ ଚାଷୀଙ୍କ ଠାରୁ ଖରିଫ ଧାନ ସଂଗ୍ରହ ପାଇଁ ଆଜି ଠାରୁ ମଣ୍ଡି ଖୋଲିଛି।ଭଞ୍ଜନଗର ବ୍ଲକ ରେ ୧୨ଟି ସମବାୟ ସମିତି ଏବଂ ୩ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ମୋଟ ୧୫ଟି ସ୍ଥାନରୁ ଧାନ ସଂଗ୍ରହ କରିବା ପାଇଁ ସ୍ଥିର ହୋଇଛି।ପ୍ରଥମ ଦିବସରେ ଏହି ବ୍ଲକ ବ୍ରାହ୍ମଣ ପଦର ଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଏହି ମଣ୍ଡିକୁ ଭଞ୍ଜନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶୀ ଭୂଷଣ ମହାପାତ୍ର, ତହସିଲଦାର ଅଚ୍ୟୁତାନନ୍ଦ ଯାନୀ,ସିଡ଼ିପିଓ ବିଷ୍ଣୁପ୍ରିୟା ସେଠୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏଥିରେ ବିଭାଗୀୟ କର୍ମଚାରୀ ମାନେ ଓ ସ୍ଥାନୀୟ ଜନସାଧାରଣ ସହଯୋଗ କରିଥିଲେ। ଆସନ୍ତା ବର୍ଷ ୨୦୨୩ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲୁ ରହିବ ବୋଲି ଜଣାପଡ଼ିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )