ସାନଖେମୁଣ୍ଡି,୦୬/୦୧(ପିପିଟି): ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକର ଆଡପଡା ଗ୍ରାମ ଠାରେ ବିଜୁ ମହିଳା ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ତୃଣମୂଳ ସ୍ତରରୁ ସାଙ୍ଗଠନିକ ଦୃଢତା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଶାସନକୁ ଘରେ ଘରେ ପହଞ୍ଚାଇବା ଲକ୍ଷ ନେଇ ବୈଠକରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା । ବୈଠକରେ ସାନଖେମୁଣ୍ଡି ପୂର୍ବତନ ବିଧାୟିକା ତଥା ରାଜ୍ୟସ୍ତରୀୟ ବିଜୁ ମହିଳା ଜନତା ଦଳର ଉପଦେଷ୍ଟା ନନ୍ଦିନୀ ଦେବୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବାବେଳେ ଅନ୍ୟତମ ମୁଖ୍ୟ ଅତିଥି ଭାବରେ ସାନଖେମୁଣ୍ଡି ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ମମତା ପ୍ରଧାନ ଯୋଗଦେଇ ଥିଲେ। ଗଞ୍ଜାମ ଜିଲ୍ଲା ମହିଳା ଉପସଭାପତି ସମିଷ୍ଟା ରାଉତ ଅନ୍ୟତମ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ । ଉକ୍ତ ବୈଠକରେ ଖଲିଙ୍ଗି ସରପଞ୍ଚ ମଧୁସ୍ମିତା ରାଉତ ,ସାନଖେମୁଣ୍ଡି ବ୍ଲକ୍ ସଭାପତି ନୀଳମାଧବ ରାଉତ , ବ୍ଲକ୍ ସାଧାରଣ ସମ୍ପାଦକ ଅମିନ ପ୍ରଧାନ , ରାଜ୍ୟ ପରିଷଦ ସଭ୍ୟ ଯୋଗେନ୍ଦ୍ର ସ୍ୱାଇଁ , ବ୍ଲକ ଉପସଭାପତି ଅନ୍ତର୍ଯ୍ୟାମୀ ସ୍ୱାଇଁ, ସୁବାଷ ମହାପାତ୍ର, ଶଙ୍କର୍ଷଣ ସ୍ୱାଇଁଙ୍କ ସମେତ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବହୁ ନେତୃମଣ୍ଡଳୀ ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )
Next Post