ରାଜସୁନାଖଳା,୧୧/୦୯(ପିପିଟି):ନୟାଗଡ଼ ଜିଲ୍ଲା OUWJ ସାମ୍ବାଦିକ ସଂଘ ତରଫରୁ ରାଜସୁନାଖଳା ସ୍ଥିତ ସଂଘ କାର୍ଯ୍ୟାଳୟ ଉଦଘାଟନ ହେବାସହ କୋଟଗଡ଼ ପାର୍କ ପରିସରରେ ଖୋର୍ଦ୍ଧା ଜିଲ୍ଲା ଓ ନୟାଗଡ଼ ଜିଲ୍ଲାର ସାମ୍ବାଦିକ ମାନଙ୍କୁ ନେଇ ବନ୍ଧୁମିଳନ ଉତ୍ସବ ପାଳନ କରାଯାଇଛି। ଏହି ଅବସରରେ ମୁଖ୍ୟତଃ ପରିବର୍ତିତ ପରିସ୍ଥିତି ରେ ଚାପମୁକ୍ତ ସାମ୍ବାଦିକତା ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସମ୍ମା ନୀତ ଅତିଥି ଭାବରେ ,ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ବ୍ଳକ ସଭାପତି ସଚ୍ଚିକାନ୍ତ ଷଡଙ୍ଗୀ,ରାଜ୍ୟ ସାଂଗଠନିକ ସଂପାଦକ ଦେବୀ ପ୍ରସାଦ ମିଶ୍ର, ଖୋର୍ଦ୍ଧା ଜିଲ୍ଲା ଓଟିଭି ସାମ୍ବାଦିକ ବାପି ଲେଙ୍କା,ନୟାଗଡ ଜିଲ୍ଲା ସମ୍ପାଦକ ମାନସ ରଥ ପ୍ରମୁଖ ଯୋଗଦେଇ ଥିଲେ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)