ପଦ୍ମପୁର,(ପି.ପି.ଟି.ନ୍ଯୁଜ୍) ବରଗଡ ଜିଲ୍ଲା ପଦ୍ମପୁର ସବଡିଭିଜନ ଅନ୍ତର୍ଗତ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ସମସ୍ତ ଉପକେନ୍ଦ୍ର ଜରିଆରେ ବ୍ଲକ ର ସମସ୍ତ ଗ୍ରାମ ପଂଚାୟତ ଠାରେ ଆଜି କରୋନା ଭାଇରସ ସଚେତନତା ଅଭିଯାନ ପାଇଁ ବୈଠକମାନ ଅନୁଷ୍ଠିତ ହୋଇ ଯାଇଛି । ଖାସକରି ବୁକୁରାମୁଣ୍ଡା ହେଡ କ୍ୱାଟର ରେ ଥିବା ପଂଚାୟତ କାର୍ଯାଳୟ ସ୍ଥିତ ସଭା ଗୃହ ଠାରେ ଏଠାକାର ମହିଳା ସ୍ୱାସ୍ଥ୍ୟକର୍ମୀ ଶ୍ରୀମତି କବିତାଞ୍ଜଳୀ ଦାଶ ଙ୍କ ତତ୍ୱାବଧାନରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ସରପଂଚ ଶ୍ରୀଯୁକ୍ତ ଅଭିମନ୍ୟୁ ବରିହା ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ସି.ଏଚ୍.ସି ର ନବନିଯୁକ୍ତ ଡା. ସିଧାର୍ଥ ତ୍ରିପାଠୀ ଯୋଗ ଦେଇ ଉପସ୍ଥିତ ଆଶାକର୍ମୀ,ସମସ୍ତ ଅଂଗନୱାଡିକର୍ମୀ,ଅଂଚଳର ସମସ୍ତ ଏସ୍.ଏଚ.ଜି ଗ୍ରୁପ ର ମାଁ ଭଉଣୀ ଙ୍କୁ ନିଜ ନିଜ ଗାଁ ମାନଙ୍କ ରେ କରୋନାଭାଇରସ ର ସଂକ୍ରମଣ ରୁ ରକ୍ଷା ପାଇବା ପାଇଁ ଜନସଚେତନତା ସୃଷ୍ଟି କରିବାକୁ ସନ୍ଦେଶ ପ୍ରଦାନ କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ଏଠାକାର ଗ୍ରାମ ରୋଜଗାର ସେବକ ମହାନନ୍ଦ ପଧାନ,ବିର୍ଥରାମ ବରିହା କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲୋ । ଠିକ୍ ସେହିପରି ସରେଇକେଲା ଗ୍ରାମପଞ୍ଚାୟତରେ କରୋନା ଭାଇରସ୍ ସଂପର୍କରେ ସଚେତନ କାର୍ଯ୍ୟକ୍ରମରେ ଡା.ସୁଦୀପ୍ତ କୁମାର ସାହୁ ଯୋଗ ଦେବା ପରେ ତିରୁପତି ରୁ ଫେରିଥିବା ସତ୍ୟ ଗଡତିଆଙ୍କୁ ଦେଖା କରି ସଚେତନ କରିବା ସହ ସ୍ବାସ୍ଥ୍ୟ ପରୀକ୍ଷା ମଧ୍ୟ କରିଥିଲେ ଏବଂ ତିନି ଦିନ ପାଇଁ ନିଜ ଘରୁ ପଦାକୁ ନ ବାହାରିବା ପାଇଁ ପରାମର୍ଶ ଦେଇଥିଲେ ।