୬୭ତମ ପୁଲିସ ସହିଦ ଦିବସରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଆଇଜିପି ଡଃ ସତ୍ୟଜିତ ନାୟକ ।

କଟକ, ୨୧/୧୦(ପିପିଟି): ୬୭ତମ ପୁଲିସ ସହିଦ ଦିବସ ଅବସରରେ ଡିଜିପି ମୁଖ୍ୟାଳୟରେ ଆୟୋଜିତ ସହିଦ ଦିବସ କାର୍ଯ୍ୟକ୍ରମରେ କେନ୍ଦ୍ରାଞ୍ଚଳ ଆଇଜିପି ଡଃ ସତ୍ୟଜିତ ନାୟକ ଯୋଗଦେଇ ଦେଶ ତଥା ଜନସାଧାରଣଙ୍କ ସୁରକ୍ଷା ପାଇଁ କର୍ତ୍ତବ୍ୟ ସମ୍ପାଦନ ସମୟରେ ପ୍ରାଣବଳି ଦେଇଥିବା ଅମର ପୁଲିସ ସହିଦମାନଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେ ସହିଦମାନଙ୍କ ଅମର ତ୍ୟାଗ, ସାହସିକତା ଓ ନିଷ୍ଠାପର ସେବାକୁ ସ୍ମରଣ କରିବା ସହ ସେମାନଙ୍କ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଥିଲେ।

ପ୍ରତିବର୍ଷ ଅକ୍ଟୋବର ୨୧ ତାରିଖରେ ପାଳିତ ହେଉଥିବା ପୁଲିସ ସହିଦ ଦିବସ ଦେଶର ସୁରକ୍ଷା, ଆଇନଶୃଙ୍ଖଳା ରକ୍ଷା ଓ ଜନସାଧାରଣଙ୍କ ଜୀବନ ସୁରକ୍ଷିତ ରଖିବା ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ପୁଲିସ କର୍ମଚାରୀଙ୍କ ଅବଦାନକୁ ସ୍ମରଣ କରାଇଥାଏ। ସହିଦମାନଙ୍କ ତ୍ୟାଗ ଓ ନିଷ୍ଠା ସମଗ୍ର ପୁଲିସ ବାହିନୀ ପାଇଁ ଚିରକାଳ ପ୍ରେରଣାର ଉତ୍ସ ହୋଇ ରହିବ। ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜନସେବା, ଆଇନର ଶାସନ ଓ ଜନସାଧାରଣଙ୍କ ବିଶ୍ୱାସକୁ ସୁଦୃଢ଼ କରିବା ଦିଗରେ ପୁଲିସ ବାହିନୀ ନିରନ୍ତର କାର୍ଯ୍ୟ କରିଚାଲିଛି।

Comments (0)
Add Comment