ଜିଲ୍ଲା କଂଗ୍ରେସ ଦ୍ବାରା ମାଲକାନଗିରିରେ ୧୨ ଘଣ୍ଟିଆ ବନ୍ଦ ସଫଳ ।

​ମାଲକାନଗିରି, ୦୮/୧୦(ପିପିଟି): ଓଡ଼ିଶା କଂଗ୍ରେସର ଆହ୍ବାନ କ୍ରମେ ମାଲକାନଗିରି ଜିଲ୍ଲା କଂଗ୍ରେସ ତରଫରୁ ୧୨ ଘଣ୍ଟିଆ ବନ୍ଦ ପାଳନ ସଫଳ ହୋଇଛି।

ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ଭୋଟ ବଞ୍ଚାଅ – ସମ୍ବିଧାନ ବଞ୍ଚାଅ – ଦେଶ ବଞ୍ଚାଅ। ମାଲକାନଗିରି ଜିଲ୍ଲା କଂଗ୍ରେସ ତରଫରୁ ଆଜି ମାଲକାନଗିରି ଜିଲ୍ଲା ବ୍ୟାପି ବନ୍ଦ ଡାକରା ସଫଳ ହୋଇଛି।ଏମ ଏମ ଡି ଆର ବିଲ ରଦ୍ଧ କରିବାକୁ ଓ ନିର୍ବାଚନ କମିଶନର ମୁଖ୍ୟ ଜ୍ଞାନେଶ କୁମାର ଓ ତାଙ୍କ ସାଥୀମାନଙ୍କ ଦ୍ୱାରା ଭୋଟ ଚୋରି, ଓଡିଶାର ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପାଠ୍ୟ ପୁସ୍ତକରେ ୧୭୦୦ ତ୍ରୁଟିରେ, ବନ୍ୟା ଅଞ୍ଚଳ ରେ କ୍ଷୟକ୍ଷତି ହୋଇଥିବା ଲୋକଙ୍କୁ ରିଲିଫ ବଣ୍ଟନ ନ କରିଥିବା, ବିରୁଦ୍ଧରେ ଏହି ଆନ୍ଦୋଳନ । ଗଣତନ୍ତ୍ର ବଞ୍ଚାଇବା ପାଇଁ କଂଗ୍ରେସ ଦଳ ସବୁବେଳେ ଲଢ଼େଇ କରିବ । ଏହି ବିକ୍ଷୋଭରେ ଜିଲ୍ଲା କଂଗ୍ରେସର ସମସ୍ତ ବରିଷ୍ଠ ନେତୃବୃନ୍ଦ ଓ ଶତାଧିକ କର୍ମୀ ଉପସ୍ଥିତ ଥିଲେ ।
ମାଲକାନଗିରି ​ଜିଲ୍ଲା ସଦର ମହାକୁମା ସହିତ କୋରୁକୁଣ୍ଡା, ମାଥିଲି, ଗୋବିନ୍ଦ ପାଲ୍ଲୀ, କାଲିମେଳା, ପଡିଆ,ଏମଭି-୭୯ , ବାଲିମେଳା, ଚିତ୍ରକୋଣ୍ଡା, ଖଇରପୁଟ,କୁଡୁମୁଲଗୁମ୍ମା ଆଦି ଅଞ୍ଚଳରେ ଦୋକାନ ବଜାର ବନ୍ଦ ରହିବା ସହ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ଏହି ବନ୍ଦ ଡାକରାରେ ସିପିଆଇ(ଏମ୍) ସମେତ ଅନ୍ୟାନ୍ୟ ବିରୋଧୀ ଦଳର ନେତା ଓ କର୍ମୀମାନେ ସିମିଲ ହୋଇ ପୂର୍ଣ୍ଣ ସମର୍ଥନ କରିବା ସହିତ ବିଭିନ୍ନ ଛକ ଯାନବାହନ ଅଟକାଇଥିଲେ। ଔଷଧ ଦୋକାନ ଓ କ୍ଷୀର ଦୋକାନ ବ୍ୟତୀତ ପେଟ୍ରୋଲ ଟାଙ୍କି, ପରିବାର ଦୋକାନ, ତେଜରାତି ଦୋକାନ, ହୋଟେଲ ଓ ଜଳଖିଆ ଦୋକାନ ଆଦି ବନ୍ଦ ରହିଥିଲା। ବନ୍ଦ ଯୋଗୁଁ କେତେକ ଯାତ୍ରୀ ବସଷ୍ଟାଣ୍ଡରେ ଅଟକି ରହିଥିଲା ବେଳେ ହୋଟେଲ ବନ୍ଦ ଥିବାରୁ ଖାଇବାକୁ ନ ପାଇ ହନ୍ତସନ୍ତ ସୋଇଥିବା ଦେଖିବାକୁ ମିଳିଥିଲା। ଏହି
ବନ୍ଦର ନେତୃତ୍ୱ ​ଜିଲ୍ଲା କଂଗ୍ରେସ ସଭାପତି ଜି. ଶ୍ରୀନିବାସ ରାଓ ,ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ , ଗୋବିନ୍ଦ ପାତ୍ର ନେଇଥିବା ବେଳେ ଏବଂ ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀମାନେ ଏହି ଆନ୍ଦୋଳନରେ ସକ୍ରିୟ ଭୂମିକା ନିର୍ବାହ କରିଥିଲେ। ପୋଲିସ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ଭାଳି ଥିବା ବେଳେ କୌଣସି ଠାରେ ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହୋଇ ନଥିଲା।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Comments (0)
Add Comment