ବାଜି ରାଉତଙ୍କ ଜୟନ୍ତୀରେ ଭକ୍ତିପୂତ ପ୍ରଣାମ ଜଣାଇଲେ ବିଜେପି ମୁଖପାତ୍ର ମନୋଜ ମହାପାତ୍ର ।

ଭୁବନେଶ୍ୱର, ଅକ୍ଟୋବର ୫: ଦେଶର ସ୍ୱାଧୀନତା ଆନ୍ଦୋଳନରେ ମାତ୍ର ୧୨ ବର୍ଷ ବୟସରେ ଅମର ବଳିଦାନ ଦେଇଥିବା ସର୍ବକନିଷ୍ଠ ସହିଦ ସଂଗ୍ରାମୀ ବାଜି ରାଉତଙ୍କ ଜୟନ୍ତୀ ଅବସରରେ ତାଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବିଜେପି ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର।

ବାଜି ରାଉତଙ୍କ ସାହସ, ଦେଶପ୍ରେମ ଓ ଅଦମ୍ୟ ତ୍ୟାଗ ଓଡ଼ିଶାବାସୀଙ୍କ ପାଇଁ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଅତି କମ୍ ବୟସରେ ମାତୃଭୂମି ଓ ଦେଶର ସ୍ୱାଧୀନତା ପାଇଁ ସେ ଯେଉଁ ଅସୀମ ସାହସ ଓ ତ୍ୟାଗର ପରିଚୟ ଦେଇଥିଲେ, ତାହା ଇତିହାସରେ ଚିରସ୍ମରଣୀୟ ହୋଇ ରହିଛି।

୧୯୩୮ରେ ଢେଙ୍କାନାଳ ପ୍ରଜାମଣ୍ଡଳ ଆନ୍ଦୋଳନ ସମୟରେ ବାଜି ରାଉତ ବ୍ରିଟିଶ ସମର୍ଥିତ ରାଜଶକ୍ତି ବିରୋଧରେ ସାହସର ସହ ଠିଆ ହୋଇଥିଲେ। ବ୍ରାହ୍ମଣୀ ନଦୀ କୂଳରେ ନିଜ କର୍ତ୍ତବ୍ୟ ପାଳନ କରୁଥିବା ବେଳେ ଗୁଳିରେ ସହିଦ ହୋଇଥିଲେ। ତାଙ୍କ ବଳିଦାନ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମର ଇତିହାସରେ ଏକ ଉଜ୍ଜ୍ୱଳ ଅଧ୍ୟାୟ ଭାବେ ରହିଛି।

ଶ୍ରୀ ମହାପାତ୍ର କହିଛନ୍ତି ଯେ, ବାଜି ରାଉତଙ୍କ ଜୀବନ ଓ ବଳିଦାନ ଆଜିର ଯୁବପିଢ଼ିକୁ ଦେଶପ୍ରେମ, ସାହସ, ତ୍ୟାଗ ଓ କର୍ତ୍ତବ୍ୟନିଷ୍ଠାର ପଥରେ ଆଗେଇବା ପାଇଁ ପ୍ରେରଣା ଦେଇଥାଏ। ସହିଦ ବାଜି ରାଉତଙ୍କ ଅମର ସ୍ମୃତି ପ୍ରତି ଓଡ଼ିଶା ସର୍ବଦା ଋଣୀ ରହିବ ବୋଲି ସେ କହିଛନ୍ତି।

Comments (0)
Add Comment