ଭୁବନେଶ୍ୱର, ୦୫/୧୦(ପିପିଟି ): ଓଡ଼ିଶା ସମେତ ପୂର୍ବ-କେନ୍ଦ୍ରୀୟ ଭାରତର ଜଙ୍ଗଲରେ କଳରାପତରିଆ ବାଘଙ୍କ ସଂଖ୍ୟା ଓ ବଂଶବିସ୍ତାର ନେଇ ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି। ବାସସ୍ଥଳୀ ନଷ୍ଟ, ଶିକାର ଏବଂ ମଣିଷ-ବନ୍ୟଜନ୍ତୁ ସଂଘର୍ଷ ଏହି ବନ୍ୟପ୍ରାଣୀଙ୍କ ପାଇଁ ପ୍ରମୁଖ ବିପଦ ବୋଲି ୱାଇଲ୍ଡଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (WII)ର ଏକ ଅଧ୍ୟୟନରୁ ଜଣାପଡ଼ିଛି।
WIIର ବରିଷ୍ଠ ବୈଜ୍ଞାନିକ ବିଭାସ ପାଣ୍ଡବଙ୍କ ନେତୃତ୍ୱରେ ଏକ ଗବେଷକ ଦଳ ଓଡ଼ିଶା, ଛତିଶଗଡ଼ ଓ ଝାଡ଼ଖଣ୍ଡର ବିଭିନ୍ନ ଜଙ୍ଗଲରେ କଳରାପତରିଆ ବାଘ ସମେତ ବଡ଼ ମାଂସାହାରୀ ବନ୍ୟପ୍ରାଣୀଙ୍କ ଉପରେ ଅଧ୍ୟୟନ କରୁଛନ୍ତି। ଟ୍ରାପ୍ କ୍ୟାମେରା ମାଧ୍ୟମରେ ବାଘଙ୍କ ଉପସ୍ଥିତି ଓ ସଂଖ୍ୟା ଆକଳନ କରାଯାଉଥିବା ବେଳେ ସେମାନଙ୍କ ଶିକାର ପ୍ରାଣୀଙ୍କ ସଂଖ୍ୟା ମଧ୍ୟ ଅନୁଧ୍ୟାନ କରାଯାଉଛି।
ଶିମିଳିପାଳ-ସାତକୋଶିଆ ଅଞ୍ଚଳର ସଂରକ୍ଷିତ ଓ ଅଣସଂରକ୍ଷିତ ଜଙ୍ଗଲକୁ ନେଇ ଗଠିତ ବିଖଣ୍ଡିତ ବାସସ୍ଥଳୀରେ ଏହି ଅଧ୍ୟୟନ ଚାଲିଛି। ପ୍ରାଥମିକ ତଥ୍ୟ ଅନୁସାରେ, ତିନିଟି ରାଜ୍ୟ ମଧ୍ୟରେ ସାତକୋଶିଆ ଓ ମହାନଦୀ ବନ୍ୟପ୍ରାଣୀ ଡିଭିଜନରେ କଳରାପତରିଆ ବାଘର ଘନତା ଅପେକ୍ଷାକୃତ ଅଧିକ। ଏଠାରେ ପ୍ରତି ୧୦୦ ବର୍ଗ କିମି ଅଞ୍ଚଳରେ ପ୍ରାୟ ୧୭ଟି କଳରାପତରିଆ ବାଘ ଥିବା ଅଧ୍ୟୟନରୁ ଜଣାପଡ଼ିଛି।
ଅନ୍ୟପକ୍ଷରେ, କୁଲଡିହା ଓ ହଦଗଡ଼ ଭଳି ଅଭୟାରଣ୍ୟରେ ବଂଶବିସ୍ତାର ପାଇଁ ଆବଶ୍ୟକ ପ୍ରଜନନକ୍ଷମ ଜନସଂଖ୍ୟାର ଅଭାବ ଦେଖାଯାଉଛି। ଏଠାରେ କାଁ ଭାଁ କଳରାପତରିଆ ବାଘ ଦେଖାଯାଉଥିବାରୁ ଦୀର୍ଘମିଆଦିରେ ଏମାନଙ୍କ ବଂଶବିସ୍ତାର ନେଇ ଆଶଙ୍କା ରହିଛି। ରେବଣା ଅଞ୍ଚଳରେ ପ୍ରତି ୧୦୦ ବର୍ଗ କିମିରେ ପ୍ରାୟ ତିନିଟି କଳରାପତରିଆ ବାଘ ଥିବା ଆକଳନ କରାଯାଇଛି।
ଗବେଷକମାନଙ୍କ ମତରେ, କଳରାପତରିଆ ବାଘଙ୍କ ଦୀର୍ଘମିଆଦି ସଂରକ୍ଷଣ ପାଇଁ ବାସସ୍ଥଳୀର ସୁରକ୍ଷା ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ଜଙ୍ଗଲ ଭିତରେ ମାନବ ବସତି କମାଇବା ଓ ଆବଶ୍ୟକ ସ୍ଥଳରେ ପୁନର୍ବାସ କରାଯାଇପାରିଲେ କଳରାପତରିଆ ବାଘଙ୍କ ବାସସ୍ଥଳୀ ଅଧିକ ସୁରକ୍ଷିତ ହୋଇପାରିବ। ସାଧାରଣତଃ ଏହି ବାଘ ମଣିଷଙ୍କୁ ଏଡ଼ାଇ ଚାଲିଥାଏ। ତେବେ ଖାଦ୍ୟର ଅଭାବ କିମ୍ବା ବାସସ୍ଥଳୀ ସଙ୍କୁଚିତ ହେଲେ ସେମାନେ ଜନବସତି ଆଡ଼କୁ ଆସିବାର ଆଶଙ୍କା ରହିଥାଏ।
ଗବେଷଣାରେ ଟ୍ରାପ୍ କ୍ୟାମେରା ସହ କଳରାପତରିଆ ବାଘଙ୍କ ଶରୀରରେ ଥିବା ‘ରୋଜେଟ୍’ ଚିହ୍ନକୁ ବ୍ୟବହାର କରି ସେମାନଙ୍କୁ ଚିହ୍ନଟ କରାଯାଉଛି। ସେହିପରି ବାଘର ମଳ ନମୁନାରୁ ମିଳୁଥିବା ‘ମେଡୁଲାରୀ ଗାର୍ଡ ହେୟା