କାର ସହ ବାଇକ ଧକ୍କା, ୩ ଗୁରୁତର ।

ବେଗୁନିଆପଡା,୦୨/୧୦(ପିପିଟି):ଆଜି ଅପରାହ୍ନ ସମୟରେ କୋଦଳା ଥାନା ଅନ୍ତର୍ଗତ କୋଦଳା ଠାରୁ ଖଲ୍ଲିକୋଟ ରାସ୍ତାର ପୁସ୍ତପୁର ନିକଟରେ କାର ସହ ବାଇକର ଧକ୍କା ହେବା ଯୋଗୁଁ ବାଇକରେ ବସିଥିବା ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ମାଳ ବିରିଜାଈ ଗ୍ରାମର ସୁବ୍ରତ ପ୍ରଧାନ, ନବୀନ ପଧାନ ଓ ଚନ୍ଦନ ପ୍ରଧାନ। ଏହି ୩ ଜଣ ୟାମା ଗାଡ଼ି( OD 02DR 9023 ) ରେ ଖଲ୍ଲିକୋଟ ଅଭିମୁଖେ ଯାଉଥିବା ବେଳେ ଅପର ପକ୍ଷରୁ ଏକ ଫରଚୁନର କାର(OR 02 BX 3988) ଆଉ ଏକ ବାଇକକୁ ଓଭର ଟେକ କରି ଆସିବା ବେଳେ ୟାମା ବାଇକ ସହ ଧକ୍କା ହୋଇଥିଲା। ଧକ୍କା ଏତେ ଜୋର ଥିଲା ଯେ ବାଇକଟି ୧୦ ଫୁଟ ଉପରକୁ ଉଠିବା ସହ ୨୦ ଫୁଟ ଦୁରକୁ ଛିଟିକି ପଡିଥିଲା। କାରଟି ଆଗକୁ ଯାଇ ପୁଣି ଆଉ ଏକ ବାଇକକୁ ଧକ୍କା ଦେଇଥିଲା। ଆହତ ମାନଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଖଲ୍ଲିକୋଟ ମେଡିକାଲକୁ ନିଆଯାଇଥିବା ବେଳେ କୋଦଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଗାଡିକୁ ଜବତ କରିଛି।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Comments (0)
Add Comment