ଅଧପନ୍ତରିଆ ଭାବେ ପଡିରହିଛି ସ୍ୱାସ୍ଥ୍ୟ ଉପକେନ୍ଦ୍ର ।

ବେଗୁନିଆପଡ଼ା ,୨୨/୦୯(ପିପିଟି ):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଳକ୍ ଅନ୍ତର୍ଗତ ତାଳସର ଗ୍ରାମରେ ଅଧପନ୍ତରିଆ ଭାବେ ପଡ଼ିରହିଛି ସ୍ୱାସ୍ଥ୍ୟ ଉପକେନ୍ଦ୍ର । କେବେ ହେବ କାମ ସମ୍ପୂର୍ଣ୍ଣ ? ଲୋକେ ପାଇବେ ସେବା ? ସୂଚନା ଅନୁଯାଇ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୪୩ ଲକ୍ଷ ୨୧ ହଜାର ୨୫୨ ଟଙ୍କା ବିନିମୟରେ କାର୍ଯ୍ୟ ହେଉଥିବା ବେଳେ ତାହା ଅଧପନ୍ତରିଆ ଭାବେ ପଡ଼ିରହିଛି । ଏନେଇ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରିବା ପାଇଁ ଚେଷ୍ଠା କରିଥିଲେ ମଧ୍ଯ ତାହା ସମ୍ଭବପର ହୋଇପାରିନାହିଁ । ଏନେଇ ଠିକାଦାରଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ ନିର୍ମାଣ ଚାଲିଥିବା ଗୃହ ଉପରେ ୧୧ କେଭି ବିଦ୍ୟୁତ୍ ତାର ଥିବା ଯୋଗୁଁ ତାହା ଅଟକି ରହିଛି । ଦେଖାଯାଉ କେବେ ହଟିବ ତାର ଏବଂ ସମ୍ପୂର୍ଣ୍ଣ ହେବ କାର୍ଯ୍ୟ । ତାହା ଜନସାଧାରଣଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Comments (0)
Add Comment