କେନ୍ଦୁପଦର ପ୍ରଗତି ବିଦ୍ୟା ପୀଠ ଉଚ୍ଚ ବିଦ୍ୟାଳୟ ରେ ବିଦ୍ୟାଳୟ ସ୍ତରୀୟ ଆଞ୍ଚଳିକ କ୍ରୀଡା ପ୍ରତିଯୋଗିତା ଦୁଇ ଦିନ ବ୍ୟାପି ଅନୁଷ୍ଠିତ ।

ବେଲଗୁଣ୍ଠା,୦୯/୦୯(ପିପିଟି):ଗାଙ୍ଗପୁର ଥାନା କେନ୍ଦୁପଦର ପ୍ରଗତି ବିଦ୍ୟା ପୀଠ ଉଚ୍ଚ ବିଦ୍ୟାଳୟ ରେ ବିଦ୍ୟାଳୟ ସ୍ତରୀୟ ଆଞ୍ଚଳିକ କ୍ରୀଡା ପ୍ରତିଯୋଗିତା ଦୁଇ ଦିନ ବ୍ୟାପି ଅନୁଷ୍ଠିତ ହୋଇ ଯାଇଛି। କାଯ୍ୟକ୍ରମ ପ୍ରାରମ୍ବରେ କ୍ରୀଡା ସମରଭ୍ୟାସ ଓ ଜାତୀୟ ସଂଗୀତ ଗାନ କରାଯାଇ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଶୋକ କୁମାର କହଁର ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ଗଞ୍ଜାମ ଜିଲ୍ଲା ସରପଞ୍ଚ ସଂଘ ସଭାପତି ଭବାନୀ ଶଙ୍କର ମଲ୍ଲିକ ଓ ଆସିକା ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଭଞ୍ଜ ବେହେରା କ୍ରୀଡା ପତାକା ଉତୋଳନ ଓ ପ୍ରଦୀପ ପ୍ରଜ୍ବଳନ କରି କ୍ରୀଡା ଆରମ୍ଭ କରିଥିଲେ । ଅନ୍ୟାନ୍ୟ ସନମାନୀୟ ଅତିଥି ମାନଙ୍କ ମଧ୍ୟରେ କ୍ରୀଡା ସମ୍ପାଦକ କୈଳାଶ ଗୌଡ଼ ସିଆରସିସି ରଂଜିତା ପାତ୍ର, କ୍ରୀଡା ସଂଯୋଜକ ସ୍ବଦେଶ କୁମାର ଦଳେଇ, ନବଘନ ବଡ଼ତ୍ୟା, ଜି ଆନନ୍ଦ ପାତ୍ର, ମୋହନ ମହାନ୍ତି, ମନୋଜ କୁମାର ଗୌଡ଼ ପ୍ରଭୁତି ସହଯୋଗ କରିଥିଲେ!ବିଦ୍ୟାଳୟ ର ସମସ୍ତ ଶିକ୍ଷକ କର୍ମଚାରୀ ଏହି କ୍ରୀଡା କୁ ସଂଯୋଜନା କରିଥିଲେ!କ୍ରୀଡା ସମ୍ପାଦକ ସନ୍ତୋଷ କୁମାର ବେହେରା ଓ ଶୁଭକାନ୍ତ ବେହେରା କ୍ରୀଡା ପରିଚାଳନା କରିଥିଲେ। ବାଲିଶିରା ସ୍ୱାସ୍ଥ୍ୟକର୍ମୀ କର୍ମୀ ଙ୍କ ସହଯୋଗ ର ସମସ୍ତ ଆସୁ ଚିକତ୍ସା ପ୍ରଦାନ କରାଯାଇଥିଲା!ଗ୍ରାମାଞ୍ଚଳ ର ନୂତନ କ୍ରୀଡା ପ୍ରତିଭା ଅନ୍ମେଷଣ ଏବଂ ଖେଳ କୁଦ ର ଉର୍ନତି ସହିତ ପ୍ରୋଛାହନ ସେବା ପ୍ରଦାନ ଏହାର ମୁଖ୍ୟ ଲକ୍ଷ୍ୟ ଥିଲା!କାର୍ଯ୍ୟକ୍ରମ ଶେଷରେ ବସନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment