ଏସବିଡି ଇଣ୍ଟରନ୍ୟାସନାଲ ସ୍କୁଲରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।

​ଯାଜପୁର,୦୭/୦୯(ପିପିଟି ):ଜିଲ୍ଲାରେ ଚାଲିଥିବା “ଜିରୋ ଫାଟାଲିଟି ୱିକ୍” (ଶୂନ୍ୟ ମୃତ୍ୟୁ ସପ୍ତାହ) ପାଳନ ଅବସରରେ ଯାଜପୁର ରୋଡ୍ ସ୍ଥିତ ଏସବିଡ଼ି ଇଣ୍ଟରନ୍ୟାସନାଲ ସ୍କୁଲରେ କୋରେଇ ଥାନା ସହଯୋଗରେ ଏକ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
​ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀମାନଙ୍କୁ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ସଚେତନ କରାଯାଇଥିଲା। ବିଶେଷ କରି ​ଟ୍ରାଫିକ୍ ନିୟମ ପାଳନ, ସୁରକ୍ଷିତ ଯାତାୟାତ ଏବଂ ଗାଡ଼ି ଚାଳନା ନିୟମ ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଥିଲା।
​ହେଲମେଟ୍ ଓ ସିଟ୍-ବେଲ୍ଟର ବ୍ୟବହାର: ଦୁଇଚକିଆ ଯାନ ଚଳାଇବା ବେଳେ ହେଲମେଟ୍ ଏବଂ ଚାରିଚକିଆ ଯାନରେ ସିଟ୍-ବେଲ୍ଟ ପିନ୍ଧିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଥିଲା।
​ଦାୟିତ୍ୱବାନ୍ ଗାଡ଼ି ଚାଳନା: ସଡ଼କ ଦୁର୍ଘଟଣା ରୋକିବା ପାଇଁ ଦାୟିତ୍ୱବାନ୍ ନାଗରିକ ଭାବେ ଗାଡ଼ି ଚଳାଇବାକୁ ଆହ୍ୱାନ ଦିଆଯାଇଥିଲା।
​ସଡ଼କ ଦୁର୍ଘଟଣାକୁ ଶୂନ୍ୟକୁ ଆଣିବା ଏବଂ ଅମୂଲ୍ୟ ଜୀବନ ବଞ୍ଚାଇବା ପାଇଁ ସମସ୍ତେ ସଚେତନ ହେବା ଜରୁରୀ ବୋଲି ଏହି ଅବସରରେ ମତପ୍ରକାଶ ପାଇଥିଲା।
​ଆଞ୍ଚଳିକ ପରିବହନ ଅଧିକାରୀ (RTO),ଯାଜପୁର ଧୀରେନ୍ଦ୍ର କୁମାର ନାୟକ ଏହି ସଡ଼କ ସଚେତନତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଏହି ସଚେତନତା କାର୍ଯ୍ୟକ୍ରମରେ ଏସ ବିଡି ଇଣ୍ଟର ନ୍ୟାସନାଲ ସ୍କୁଲର ପ୍ରିନସିପାଲ,ରାକେଶ ତ୍ରିପାଠୀ: ଆଇ.ଆଇ.ସି, କୋରେଇ ଥାନା,​ପ୍ରଦୀପ୍ତ କିଶୋର ବେହେରା: ସହକାରୀ ମୋଟର ଯାନ ନିରୀକ୍ଷକ, ଯାଜପୁର,​ସହାୟକ ସବ୍‌-ଇନ୍ସପେକ୍ଟର, ହାବିଲଦାର ଓ କନଷ୍ଟେବଳ କୋରେଇ ଥାନା କାର୍ଯ୍ୟକ୍ରମରେ ସହାୟତା କରିଥିଲେ।

Comments (0)
Add Comment