ସିଲେରୁ ନଦୀ କୂଳରୁ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ।

​ମାଲକାନଗିରି:୦୭/୦୯(ପିପିଟି):ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ ଥିବା ସିଲେରୁ ନଦୀ କୂଳରୁ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
​ମିଳିଥିବା ସୂଚନା ମୁତାବକ, ସୀମାନ୍ତ କାଟ୍ରାଗାଡା ଓ ପିଲିଗାଡା ଗ୍ରାମ ମଝି ଦେଇ ପ୍ରବାହିତ ସିଲେରୁ ନଦୀକୁ ଗୁଣ୍ଠାବେଡା ଅଞ୍ଚଳର କିଛି ମତ୍ସ୍ୟଜୀବୀ ମାଛ ଧରିବା ପାଇଁ ଯାଇଥିଲେ। ଏହି ସମୟରେ ନଦୀ କୂଳରେ ଜଣେ ବୃଦ୍ଧାଙ୍କ ଶବ ଭାସୁଥିବା ଦେଖି ସେମାନେ ଭୟଭୀତ ହୋଇ ପଡ଼ିଥିଲେ ଏବଂ ଗାଁକୁ ଫେରି ଆସି ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ।​ତେବେ ମୃତ ବୃଦ୍ଧା ଜଣକ କିଏ ଏବଂ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଛି, ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଖବର ଲେଖାହେବା ପର୍ଯ୍ୟନ୍ତ ଘଟଣାସ୍ଥଳରେ ଆନ୍ଧ୍ର କିମ୍ବା ଓଡ଼ିଶା ପୋଲିସ ପହଞ୍ଚି ନଥିବା ବେଳେ, ମୃତଦେହଟି ସେହିପରି ନଦୀ କୂଳରେ ପଡ଼ିରହିଛି। ପୋଲିସ ଘଟଣାର ତଦନ୍ତ କରି ମୃତଦେହ ଜବତ କରିବା ସହ ପରିଚୟ ସ୍ପଷ୍ଟ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Comments (0)
Add Comment