ଯୁକଙ୍କ ସନ୍ଦେହ ଜନକ ମୃତ୍ୟୁ, ଶୋଇବା ଘରୁ ମୃତଦେହ ଉଦ୍ଧାର ।

ବାସୁଦେପୁର, ୦୭/୦୯(ପିପିଟି): ଭଦ୍ରକ ଜିଲ୍ଲା ବାସୁଦେପୁର ବ୍ଲକ ପଢୁଆଁ ଗାଁରେ ଅଘଟଣ। ଶୋଇବା ଘରୁ ଯୁବକର ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ୪୦ ବର୍ଷୀୟ ରାଜେଶ କୁମାର ପାଢ଼ୀ।. ରାଜେଶ ପଢୁଆଁ ସେବା ସମବାୟ ସମିତିର ସମ୍ପାଦକ ଭାବେ କାର୍ଯ୍ୟରତ ଥିଲେ। ଗତକାଲି ରାତିରେ ରାଜେଶ ପରିବାର ସହ ଘରେ ରହିଥିଲେ। ସକାଳେ ଉଠିବା ବିଳମ୍ବ ହେବାରୁ ପାଖଲୋକ ଡାକ ପକାଇଥିଲେ। ହେଲେ ଘରେ ତାର ସ୍ତ୍ରୀ ପିଲା ନଥିବା ଆଉ ରାଜେଶ ସଂଜ୍ଞହୀନ ଅବସ୍ଥାରେ ବିଛଣାରେ ପଡ଼ିଥିବା ଦେଖି ହତବାକ ହୋଇଥିଲେ। ତୁରନ୍ତ ସାଇପଡୋଶୀ ତାକୁ ଉଦ୍ଧାର କରି ବାସୁଦେପୁର ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ। ଡାକ୍ତର ରାଜେଶକୁ ମୃତ ଘୋଷଣା କରିଥିଲେ। ରାଜେଶର ମୃତ୍ୟକୁ ସହଜରେ ଗ୍ରହଣ କରିପାରିବେ ନାହାନ୍ତି ପରିବାର ସହ ଗ୍ରାମବାସୀ। ରାଜେଶର ବାମ ହାତରେ ଗଭୀର କ୍ଷତ ଚିହ୍ନକୁ ନେଇ ନାନା କଥା ଶୁଣା ଯାଉଛି।

Comments (0)
Add Comment