ବନ୍ୟା ରୋକିବା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ବିଧାୟକଙ୍କ ଚିଠି ଉପରେ ଆଲୋଚନା ।

ଯାଜପୁର ,୦୫/୦୯(ପିପିଟି): ଧର୍ମଶାଳା ନିର୍ବାଚନମଣ୍ଡଳୀକୁ କିଭଳି ବନ୍ୟା କ୍ଷୟକ୍ଷତିରୁ ରୋକାଯାଇପାରିବ ସେନେଇ ଆଜି ବ୍ଲକ ପରିସରରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବନ୍ୟା ସମୟରେ ଦେଖାଦେଉଥିବା ବିଭିନ୍ନ ସମସ୍ୟା ନେଇ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ରାଜସ୍ୱମନ୍ତ୍ରୀ,ଓଡିଶାର ମୁଖ୍ୟ ଶାସନ ସଚିବ ପ୍ରିନସିପାଲ ସେକ୍ରେଟାରୀ ୱଟର ରିସୋରର୍ଷେଶ ଦିପାରର୍ଟମେଂଟ, ଯାଜପୁର ଜିଲ୍ଲାପାଳ,ମୁଖ୍ୟଯନ୍ତ୍ରୀ ଡ୍ଲୁଆର ଓଡିଶା,ଏବଂ ସୁପରିଟେଣ୍ଡେଂଟ ଜଳସମ୍ପଦ ବିଭାଗ ପାଣି କୋଇଲିକୁ ଚିଠି କରି ଜଣାଇଥିଲେ । ଏହା ଉପରେ ବିସ୍ତୃତ ଆଲୋଚନା କରି ଧର୍ମଶାଳା ଅଂଚଳରେ ଆବଶ୍ୟକ ବିଭିନ୍ନ ପ୍ରକଳ୍ପ ଗୁଡିକୁ ସ୍ଥିର କରି ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଇବା ଲାଗି ଜିଲ୍ଲାପାଳ ଜଣାଇଥିଲେ । ଏହାକୁ ନେଇ ଆଜି ବ୍ଲକ ପରିସରରେ ବିଧାୟକଙ୍କ ପ୍ରତିନିଧି ଅଭିଷେକ ରାଉତ,ଜିତେନ୍ଦ୍ର ରାଉତ ଧର୍ମଶାଳା ତହସିଲଦାର, ବିଡିଓଙ୍କ ସମେତ ଏସି ଅରଡ୍ଲୁଏସଏସ, , ଏସି ପୁର୍ତ ବିଭାଗ,ଏସି ଜଳସମ୍ପଦ ବିଭାଗ, ଏସି ଡ୍ରେନେଜ ଡିଭିଜନ, ଏସି ଆରଡି, ବ୍ଲକ କୃଷି ଓ ଉଦ୍ୟାନ ଅଧିକାରୀ ଅଧିକାରୀମାନେ ଯାଜପୁର ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଆଲୋଚନା କରିଥିଲେ । ଏଥିରେ ସମସ୍ତ ବିଭାଗକୁ ନିଜ ନିଜର ଆବଶ୍ୟକତା ସମ୍ପର୍କରେ ପଚରାଯାଇ ଯଥାଶିଘ୍ର ରିପୋର୍ଟ ପ୍ରଦାନ ପାଇଁ କୁହାଯାଇଥିଲା । ସମସ୍ତ କା୍‌ର୍ଯ୍ୟକ୍ରମକୁ ତ୍ୱରାନ୍ୟୁତ କରିବା ଏବଂ ପୁର୍ଣ୍ଣ ସହେଯାଗର ହାତ ବଡେଇବାକୁ ବିଧାୟକ ଶ୍ରୀ ସାହୁଙ୍କ ପ୍ରତିନିଧିମାନେ ପ୍ରତିଶୃତି ଦେଇଥିଲେ । ଆଜି ଆଲୋଚନାର ଏକ କିତା ନକଲ ମାନ୍ୟବର ବିଧାୟକ ଧର୍ମଶାଳା ଓ ଯଜପୁର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।

Comments (0)
Add Comment