ବେଲଗୁଣ୍ଠା ପ୍ରଭୁସ୍ମୃତି ଭବନରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ।  

ବେଲଗୁଣ୍ଠା,୨୫/୦୮ (ପିପିଟି ):ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ନିକଟ ଚଢ଼ିଆ ପଲ୍ଲୀ ଓଁ ଶାନ୍ତି ନଗର ସ୍ଥିତ ପ୍ରଜାପିତା ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ପ୍ରଭୁସ୍ମୃତି ଭବନ ସେବା କେନ୍ଦ୍ର ଠାରେ ପବିତ୍ର ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ରବିବାର ଦିନ ଅନୁଷ୍ଠିତ ହୋଇ ଯାଇଛି । ସେବା କେନ୍ଦ୍ର ମୁଖ୍ୟ ପରିଚାଳିକା ରାଜଯୋଗିନୀ ବ୍ରହ୍ମ କୁମାରୀ ରାଜେଶ୍ୱରୀ ଭଉଣୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅତିଥି ଭାବେ ସୋରଡ଼ା ଅସୁରବନ୍ଧ ସ୍ଥିତ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସେବା କେନ୍ଦ୍ରର ମୁଖ୍ୟ ସଞ୍ଚାଳିକା ବ୍ରହ୍ମା କୁମାରୀ ଝୁନୁ ଭଉଣୀ, ବେଲଗୁଣ୍ଠା ଏନଏସି ପୂର୍ବତନ ଉପନଗରପାଳ ପ୍ରଶାନ୍ତ କୁମାର ସାହୁ , ଭଞ୍ଜନଗର ରୋଟାରୀ କ୍ଲବ ପୂର୍ବତନ ସଭାପତି ଓ ଜିଲ୍ଲା ଉପପ୍ରାନ୍ତପାଳ ତଥା ଗୋଷ୍ଠି ସଙ୍ଗଠକ ଭି .ଦେବୀ ପ୍ରସାଦ ପାତ୍ର, ଅନ୍ତଃରାଜ୍ୟ ଖ୍ୟାତିସମ୍ପନ୍ନ ବିଶିଷ୍ଠ ମଣିଷ ବାଘ ନୃତ୍ୟ ଶିଳ୍ପୀ ଚିନଂ.ମହେନ୍ଦ୍ର କୁମାର ପାତ୍ର, ବ୍ରହ୍ମାକୁମାର ସତାବନ ଭାଇ, ପୂର୍ବତନ ଯୁବ କାଉନସିଲର ଚିନଂ.ଯତୀନ କୁମାର ପାତ୍ର, ଈଶ୍ୱର ପ୍ରେମୀ ତଥା ବେଲଗୁଣ୍ଠା ମିଡ଼ିଆ କ୍ଲବ ସଭାପତି ଏଲ.ସତୀଶ ରେଡ୍ଡୀ ,ବେଲଗୁଣ୍ଠା ବଣିକ ସଙ୍ଘ ସଭାପତି ଚିନଂ.ସନତ କୁମାର ସୁବୁଦ୍ଧି, ଈଶ୍ୱର ପ୍ରେମୀ ମାନସ ରଞ୍ଜନ ଜେନା, ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର ସମ୍ପାଦକ ତଥା ଭଞ୍ଜନଗର ରୋଟାରୀକ୍ଲବ ସମ୍ପାଦକ ସୁଶାନ୍ତ କୁମାର ବେହେରା, ଯୁବ ଗୋଷ୍ଠି ସଙ୍ଗଠକ ଦିଲ୍ଲୀପ କୁମାର ସାହୁ, ଈଶ୍ୱର ପ୍ରେମୀ ଆରତୀ ବେହେରା ,ଶିବ ଭାଇ, ,ପ୍ରଭାତ ଭାଇ ପ୍ରମୁଖ ଯୋଗ ଦେଇ ରକ୍ଷା ବନ୍ଧନର ମହାନ ପରମ୍ପରା ଓ ମହତ୍ତ୍ୱ ସମ୍ପର୍କରେ ନିଜ ନିଜ ମତ ରଖିଥିଲେ । ସେବା କେନ୍ଦ୍ର ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମା କୁମାରୀ ରାଜେଶ୍ୱରୀ ଭଉଣ ସ୍ନେହ,ପ୍ରେମ ଓ ପବିତ୍ରତାର ପ୍ରତୀକ ରକ୍ଷା ବନ୍ଧନ କାର୍ଯ୍ୟକ୍ରମର ଉଦେଶ୍ୟ ଓ ଆଲେଖ୍ୟ ସମ୍ପର୍କରେ ନିଜ ବକ୍ତବ୍ୟ ରଖିବା ସହ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଈଶ୍ୱରୀୟ ସନ୍ଦେଶକୁ ପ୍ରଦାନ କରିଥିଲେ । ସେହିଭଳି ଅନ୍ୟାନ୍ୟ ବ୍ରହ୍ମ କୁମାର ଭାଇ ଓ ଭଉଣୀ ମାନେ ନିଜ ନିଜ ବକ୍ତବ୍ୟ ଆଧାରରେ ଉପସ୍ଥିତ ସମସ୍ତଙ୍କୁ ଈଶ୍ୱରୀୟ ବାଣୀ ପ୍ରଦାନ କରିଥିଲେ । ଏଥି ପୂର୍ବରୁ ସେବା କେନ୍ଦ୍ର ତରଫରୁ  ବିଭିନ୍ନ କାର୍ଯ୍ୟାଳୟ,, ଶିକ୍ଷାନୁଷ୍ଠାନ, ବ୍ୟାଙ୍କ ଓ ବ୍ୟବସାୟ ପ୍ରତିଷ୍ଠାନ ସହ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସେହ୍ନ, ପ୍ରେମ ଓ ଭାଇ ଚାରାର ରଜ୍ଜୁକୁ ସେବା କେନ୍ଦ୍ରର ଭଉଣୀ ମାନେ ବାନ୍ଧିଥିଲେ । ସମସ୍ତ କାର୍ଯ୍ୟକ୍ରମରେ ମମତା ଭଉଣୀ,ମାମା ଭଉଣୀ  ଓ ରବି ଭାଇ ସହଯୋଗ କରିଥିଲେ । ରବିବାର ଦିନ ଓମ ଶାନ୍ତି ନଗର ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଖ ପାଖ ଅଞ୍ଚଳର ବହୁ ବ୍ରହ୍ମା କୁମାର ଭାଇ ଓ ଭଉଣୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଭିକାରି ଭାଇ , ନାରାୟଣ ଭାଇ, ସତ୍ୟଭାଇ, ଚିନ୍ତାମଣି ଭାଇ, ବାବୁଲି ଭାଇ ପ୍ରମୁଖଙ୍କ ସହ ସହଯୋଗ କରିଥିଲେ।

ରିପୋର୍ଟ -ସୁଶାନ୍ତ କୁମାର ବେହେରା

Comments (0)
Add Comment