କୋଦଳା ,୧୮/୦୮(ପିପିଟି):ସୋମବାର ସକାଳ ୭ଘଣ୍ଟ ସମୟରେ ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ଠାରେ ଆତ୍ମସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏହି ତାଲିମ ଶିକ୍ଷା ଛଅ ଦିନ ଧରି ଚାଲିବ। ମହାବିଦ୍ୟାଳୟର ଅଧକ୍ଷ ଶ୍ରୀଯୁକ୍ତ ରଘୁନାଥ ମୁଦୁଲି ଉପସ୍ଥିତ ରହି ଆତ୍ମସୁରକ୍ଷାର ଲକ୍ଷ ଉପରେ କହିଥିଲେ। ପ୍ରଶିକ୍ଷିକା ଭାରତୀ ଗୌଡ଼ ପିଲାମାନଙ୍କୁ ଆତ୍ମସୁରକ୍ଷା ପ୍ରଶିକ୍ଷଣ ର ତାଲିମ ଦେଇଥିଲେ । ଶକ୍ତିଶ୍ରୀ ସଂଯୋଜିକା ସାଗରିକା ଦାଶଙ୍କ ତତ୍ୱାବଧନାରେ ଯୁକ୍ତ ତିନି ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରୀମାନଙ୍କୁ ନେଇ ୫୦ ଜଣ ଲେଖଏଁ ତିନୋଟି ଗ୍ରୁପ୍ ରେ ବିଭକ୍ତ କରା ଯାଇଥିଲା। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସକାଳ ୭ଘଣ୍ଟରୁ ୧୦ ଘଣ୍ଟ ପର୍ଯ୍ୟନ୍ତ ଚାଲୁଅଛି ।
ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ