ଖାଦ୍ୟରେ ଝିଟିପିଟି, ଅସୁସ୍ଥ ଚାରି ଛାତ୍ରଛାତ୍ରୀଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ।

ସିମୁଳିଆ,୦୩/୦୮: ଅଙ୍ଗନବାଡି ଗୃହ ନିର୍ମାଣ କାର୍ଯ୍ୟ ସରି ଥିଲେବି ଏକ ଅପରିଷ୍କାର କ୍ଳବ ଘରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର । ହେଲେ ଅସ୍ୱାସ୍ଥ୍ୟକର ପରିବେଶରେ ଆଜି ଚାଲିଥିବା ଅଙ୍ଗନବାଡି ପିଲାମାନେ ଖାଉଥିବା ସମୟରେ ଖାଇବା ଥାଳିରୁ ମୃତ ଝିଟିପିଟି ବାହାରିବା ପରେ ପିଲାମାନଙ୍କୁ ସିମୁଳିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନାରୁ ପ୍ରକାଶ ସିମୁଳିଆ ବ୍ଳକ ସମନ୍ୱିତ ଶିଶୁ ବିକାଶ ଅଧୀନରେ ଥିବା ମଇତାପୁର ପଞ୍ଚାୟତର ବଡ଼ଗହମା ଅଙ୍ଗନବାଡି କେନ୍ଦ୍ରର କାର୍ଯ୍ୟରତ କର୍ମୀ କଳ୍ପନା ସାହୁ ଓ ପାଚିକା ସାବିତ୍ରୀ ବେହେରା କାର୍ଯ୍ୟ କରନ୍ତି । ମାତ୍ର କର୍ମୀ ଶ୍ରୀମତୀ ସାହୁ କେନ୍ଦ୍ରରେ ଆଜି ଅନୁପସ୍ଥିତ ଥିଲେ । ଏହି କେନ୍ଦ୍ରରେ ସମୁଦାୟ ପିଲା 6ଜଣ ଥିବାବେଳେ ଆଜି ୪ଜଣ ପିଲା ଉପସ୍ଥିତ ଥିଲେ । ପାଚିକା ସେମାନଙ୍କୁ ପ୍ରତିଦିନ ପରି ଆଜି ଖାଇବାକୁ ଦେଇଥିଲେ । ପିଲାମାନେ ଖାଇବା ସମୟରେ ସେମାନଙ୍କ ଖାଦ୍ୟରୁ ଏକ ମଲା ଝିଟିପିଟି ବାହାରି ଥିଲା । ପିଲାଟି ପାଚିକାକୁ କହିବାରେ ଖାଦ୍ୟ ଫିଙ୍ଗି ଦେଇଥିଲେ । ଅଙ୍ଗନବାଡି ଛୁଟି କରି ଘରକୁ ପଳାଇ ଥିଲେ । ପିଲାଙ୍କ ଅଭିଭାବକ ମାନେ ପିଲାମାନଙ୍କୁ ସିମୁଳିଆ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ l ଖବର ପାଇ ଶିଶୁବିକାଶ ଅଧିକାରିଣୀ ଖୁଲଣା ସୁନ୍ଦରୀ ଜେନା ଓ ତହସିଲଦାର ସୌମ୍ୟରଞ୍ଜନ ମହାପାତ୍ର, ବ୍ଳକ ଅଧକ୍ଷ ବାବାଜୀ ଚରଣ ମଲ୍ଲିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ପିଲାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝାବୁଝୀ କରିଥିଲେ । ପରେ ତହସିଲଦାର ଶ୍ମରୀ ହାପାତ୍ର, ଶିଶୁ ବିକାଶ ଅଧିକାରିଣୀ ଶ୍ରୀମତୀ ଜେନା, ଅଙ୍ଗନବାଡି କେନ୍ଦ୍ରକୁ ଯାଇ ଯେଉଁଠାରେ କେନ୍ଦ୍ରଟି ଚାଲିଥିଲା ସେଠାରେ ରଡ଼, ସିମେଣ୍ଟ, ଓ ଅନ୍ୟାନ୍ୟ ଜିନିଷ ସେଠାରେ ଅଛି । ଅସ୍ୱାସ୍ଥ୍ୟକର ପରିବେଶରେ ରୋଷେଇ ହେଉଥିବାର ଦେଖିଥିଲେ l ତଦନ୍ତ କରିବା ସହ ନୂତନ କେନ୍ଦ୍ର ଚାଲୁ କରିବା ନିମନ୍ତେ କର୍ମୀଙ୍କୁ ତାଗିଦ କରିଥିଲେ । ଏଠାରେ ପ୍ରଶ୍ନ ଉଠୁଛି ଶିଶୁ ବିକାଶ ଅଧିକାରିଣୀ ମାନେ କେନ୍ଦ୍ରକୁ ବର୍ଷ ବର୍ଷ ଧରି ପରିଦର୍ଶନ ନ ଯିବା ଯୋଗୁଁ ଏଭଳି ଘଟଣା ମାନ ଘଟୁଥିବା ଦେଖିବାକୁ ମିଳିଛି । ଖାଲି ଏହି କେନ୍ଦ୍ର ନୁହେଁ ସିମୁଳିଆ ବ୍ଳକର ବହୁ କେନ୍ଦ୍ର ଏଭଳି ଅବସ୍ଥାରେ ଚାଲିଛି ,ଉପରିସ୍ଥ ଅଧିକାରୀଙ୍କ ତଦନ୍ତ ଜରୁରୀ  ।

Comments (0)
Add Comment