ସରକାରୀ ନିର୍ଦ୍ଦେଶରେ ଆଜୀବନ କାରାଦଣ୍ଡରୁ ମୁକ୍ତି ପାଇଲେ ଦୀନବନ୍ଧୁ ।

ଭଞ୍ଜନଗର, ୦୩/୦୮(ପିପିଟି ):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସ୍ୱତନ୍ତ୍ର କାରାଗାରର ଆଜୀବନ କାରାଦଣ୍ଡାଦେଶ ପାଇଥିବା ଜଣେ କଏଦୀଙ୍କୁ ନିର୍ଦ୍ଧାରିତ ସମୟ ପୂର୍ବରୁ କାରାଗାରରୁ ମୁକ୍ତ କରାଯାଇଛି।ବୁଗୁଡ଼ା ଥାନା ତାକରଡ଼ା ଗ୍ରାମର ଭୀମ ଆଳତିଆଙ୍କ ପୁଅ ଦୀନବନ୍ଧୁ ଆଳତିଆ କଏଦୀ ନଂ ୬୭୯୮/ଏ. ଭାବେ ଏକ ହତ୍ୟା ଘଟଣାରେ ଭଞ୍ଜନଗର ଜେଲରେ ପ୍ରାୟ ୧୧ବର୍ଷ ଧରି ସଜା କାଟୁଥିବା ବେଳେ ବୟସ୍କ ଓ ରୋଗାକ୍ରାନ୍ତ ଆଧାରରେ ତାଙ୍କୁ ଓଡ଼ିଶା ସରକାରଙ୍କ ଆଇନ ବିଭାଗର ଆଦେଶ ନଂ ୧୦୬୨୨ ଅଗଷ୍ଟ ୧ତାରିଖ ୨୦୨୬ ଅନୁଯାୟୀ ରବିବାର ଛଡ଼ାଯାଇଛି। ଭଞ୍ଜନଗର ସ୍ୱତନ୍ତ୍ର କାରାଗାରରୁ ମୋଟ ୩ଜଣ କଏଦୀଙ୍କ ନାମ ଜିଲ୍ଲା ସ୍ତରକୁ ଯାଇଥିବା ବେଳେ କେବଳ ଜଣେ ମାତ୍ର ଦୀନବନ୍ଧୁଙ୍କୁ ଅନୁମତି ମିଳିଛି ବାଲି କାରାଗାର ଅଧିକାରୀ ମାନସ ସାମନ୍ତ ସୂଚନା ଦେଇଛନ୍ତି।ଦୀନବନ୍ଧୁଙ୍କ ମୁକ୍ତିକୁ ନେଇ ତାଙ୍କ ପରିବାର ଲୋକେ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।

ରିପୋର୍ଟ -ଜେ.କେ ପଟ୍ଟନାୟକ

Comments (0)
Add Comment