ମାଲକାନଗିରି,୦୨/୦୮(ପିପିଟି):ମାଲକାନଗିରି କନିଷ୍ଠ ମହିଳା ମହାବିଦ୍ୟାଳୟ ଠାରେ ଓଡ଼ିଶା ସ୍କୁଲ୍ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି ଦ୍ଵାରା ଆୟୋଜିତ ଜିଲ୍ଲା ସ୍ତରୀୟ କନଭେନସନ କାର୍ଯ୍ୟକ୍ରମରେ ପେନସନ ଓ ଅନୁଦାନ ସମ୍ପର୍କରେ ଆଲୋଚନା ହୋଇଥିବା ବେଳେ ଆଗାମୀ ଅଗଷ୍ଟ ୧୬ ତାରିଖରେ ଆନ୍ଦୋଳନ ଡ଼ାକରା ଦିଆଯାଇଛି।
ଏହି କାର୍ଯ୍ୟକ୍ରମରେ ଓଷ୍ଟାର ମାଲକାନଗିରି ଜିଲ୍ଲା ସଭାପତି ଅଲେଖ ଚନ୍ଦ୍ର ପ୍ରଧାନ ସଭାପତିତ୍ବ କରିବା ବେଳେ ମୁଖ୍ୟ ଅତିଥି ଭାବେ ଓଷ୍ଟାର ରାଜ୍ୟ ଯୁଗ୍ମ ସମ୍ପାଦକ ବ୍ରଜ ବିଶ୍ବଳ,ମୁଖ୍ୟ ବକ୍ତା ଭାବେ ଓଷ୍ଟାର ରାଜ୍ୟ କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର,
ସମ୍ମାନିତ ଅତିଥି ଭାବେ ପୂର୍ବତନ ରାଜ୍ଯ ସଭାପତି ପଞ୍ଚାନନ ଗୌଡ, କୈଳାସ ଚନ୍ଦ୍ର ପଣ୍ଡା, ଜିଲ୍ଲା ପ୍ରଭାରୀ ବିଜୟ କୁମାର ଭଟ, ସନ୍ତୋଷ କୁମାର ସାହୁ, ରବିନ୍ଦ୍ର କୁମାର ଯୋଶୀ, ଜିଲ୍ଲା ସଂପାଦକ କୋରାପୁଟ ଅଶୋକ କୁମାର ପଟ୍ଟନାୟକ, ମାଲକାନଗିରି ଜିଲ୍ଲା ସଂପାଦକ ମନୋଜ କୁମାର ମହାପାତ୍ର,ଅଜୟ କୁମାର ସ୍ବାଇଁ ଜିଲ୍ଲା ଉପସଭାପତି ସୂର୍ଯ୍ୟକାନ୍ତ ପାଣିଗ୍ରାହୀ, ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ପୂର୍ବତନ କନିଷ୍ଠ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଦୁଷ୍ମନ୍ତ କୁମାର ଜେନା ଏବଂ ୬୬୨ ବର୍ଗର ସଭାପତି ସଞ୍ଜୀବ ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ଥିଲେ। ଶିକ୍ଷକ ଓ ଅଧ୍ୟାପକମାନଙ୍କୁ ବିଭିନ୍ନ ବର୍ଗରେ ବିଭକ୍ତ କରାଯାଇଛି। ଏଣୁ ସବୁ ଶିକ୍ଷକ ଓ ଅଧ୍ୟାପକମାନେ ଏକ ହୋଇ ଆନ୍ଦୋଳନକୁ ସକ୍ରୀୟ କରିବା ପାଇଁ ମତାମତ ଉପସ୍ଥାପନ କରିଥିଲେ। ଜୀବନ ସାରା ଶିକ୍ଷକ ତା କଲା ପରେ ଅବସର ସମୟରେ କିପରି ରିକ୍ତ ହସ୍ତରେ ଘରକୁ ପ୍ରତ୍ୟାବର୍ତ୍ତନ କରିବାକୁ ପଡ଼ିଥାଏ, ସେହି ଦୁର୍ଦ୍ଦିନର ଚିତ୍ରକୁ କିଛି ଅବସର ଶିକ୍ଷକ ମାନେ ମତବ୍ୟକ୍ତ କରିଥିଲେ। ବିଜେଡି ସରକାର ପରିବର୍ତ୍ତନ ହୋଇ ବିଜେପି ସରକାର ଆସିଛି। ତେଣୁ ମୋହନ ସରକାର ଶିକ୍ଷକ ମାନଙ୍କ ଦୀର୍ଘ ଦିନ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ଆଶା ପୋଷଣ କରିଥିବା ବେଳେ ଆଗାମୀ ଅଗଷ୍ଟ ୧୬ ତାରିଖରେ ଭୁବନେଶ୍ୱର ଠାରେ ରାଜ୍ୟ ବ୍ୟାପୀ ଆନ୍ଦୋଳନ ହେବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି। ମୁଖ୍ୟତଃ ପେନସନ ଏବଂ ଅନୁଦାନ ଉପରେ ଗୁରୁତ୍ୱାରୋପ କରାଯାଇଛି ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)