ଭାଲୁଖାଇ ଜଗନ୍ନାଥ ମନ୍ଦିରରେ ଠାକୁରଙ୍କ ସୁନାବେଶ ।

ଯାଜପୁର,୨୫/୦୭(ପିପିଟି ):ଧର୍ମଶାଳା ବ୍ଲକ ଭାଲୁଖାଇସ୍ଥିତ ଜଗନ୍ନାଥ ମନ୍ଦିରରେ ଠାକୁରଙ୍କ ସୁନାବେଶ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ମନ୍ଦିରରୁ ଠାକୁର ୯ ଦିନ ଲାଗି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇ ଗତକାଲି ବାହୁଡାରେ ମନ୍ଦିରକୁ ଫେରିଛନ୍ତି । ଆଜି ରଥାରୁଡ ଠାକୁରଙ୍କୁ ସୁନାବେଶ କରାଯାଇଛି । ଆଜି ଅପରାହ୍ନରେ ଠାକୁରଙ୍କ ନିତିକାନ୍ତି ପୂଜା ସରିବା ପରେ ବ୍ରାହ୍ମଣମାନେ ରଥାରୁଡ ଠାକୁରଙ୍କୁ ସୁନାବେଶ କରାଇଥିଲେ । ଠାକୁରଙ୍କ ସୁନାବେଶ ସରିବା ପରେ ଭକ୍ତମାନଙ୍କ ଦର୍ଶନ ନିମନ୍ତେ ଛଡାଯାଇଥିଲା । ଠାକୁରଙ୍କୁ ସୁନାବେଶରେ ଦର୍ଶନ ଲାଗି ହଜାର ହଜାର ସଂଖ୍ୟାରେ ଭକ୍ତମାଙ୍କ ଭିଡ ଜମିଥିଲା । ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ମନ୍ଦିର କମିଟି ଓ ପୁଲିସ ପକ୍ଷରୁ ବ୍ୟାପକ ବ୍ୟାବସ୍ଥା ଗ୍ରହଣ କରାଯାଇଥିଲା । ଏହି ଅବସରରେ ଭାଲୁଖାଇ ମନ୍ଦିର କମିଟି ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ଆଜି ଭଜନ ଗାୟକ ବସନ୍ତ ପାତ୍ର ଓ ତାଙ୍କ ସାଥୀମାନଙ୍କ ଦ୍ୱାରା ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମନ୍ଦିର ପରିସରରେ ହଜାର ହଜାର ସଂଖ୍ୟାରେ ଭକ୍ତମାନେ ଠାକୁରଙ୍କ ସୁନାବେଶ ଦେଖିବା ସହିତ ବସନ୍ତ ପାତ୍ରଙ୍କ ଦ୍ୱାରା ପରିବେଶିତ ଭଜନ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ମନ୍ଦିରରେ ଅନୁଷ୍ଠିତ ଠାକୁରଙ୍କ ସମସ୍ତ କାର୍ଯ୍ୟକୁ ମନ୍ଦିର କମିଟିର କାର୍ଯ୍ୟକାରୀ ସଭାପତି ଇଂ କଳ୍ପତରୁ ସାହୁ, ଉପସଭାପତି ପ୍ରଭୁଦତ ଜେନା, ସମ୍ପାଦକ ମନୋଜ କୁମାର ରଣା,କୋଷାଧ୍ୟକ୍ଷ ଅଭୟ କୁମାର ରାଉତ,ସହ ସମ୍ପାଦକ ଜ୍ଞାନେନ୍ଦ୍ର ରାଉତ, ରାଜେଶ କୁମାର ପାଳ, ଜିତେନ୍ଦ୍ର ରାଉତ,, କେଳୁ ଚରଣ ନାୟକ, ପ୍ରସନ୍ନ କୁମାର ବରାଳ, ଚିତ୍ତ ରଞ୍ଜନ ଦାସ, ପ୍ରଫୁଲ୍ଲ ଶର, ବୀର କିଶୋର ପାଢ଼ୀ. ସୁନିଲ ରାଉତରାୟ, ସବ୍ୟସାଚୀ ବେହେରା, ଅଶୋକ କୁମାର ଜେନା ପ୍ରମୁଖ ପରିଚାଳନାରେ ସହାୟତା କରୁଥିବା ବେଳେ ମୁନସୀ ମେଲଣ କମିଟି ତରଫରୁ ସଭାପତି ଚିନ୍ମୟୀ ସାହୁ, କାର୍ଯ୍ୟକାରୀ ସଭାପତି ଜଳଧର ମହାନ୍ତି, ସହ ସମ୍ପାଦକ ପ୍ରବୋଧ ପାତ୍ର, କୋଷାଧ୍ୟକ୍ଷ ମନୋଜ ରାଉଳ, ଅଶୋକ ସାହୁ, ସୂର୍ଯ୍ୟକାନ୍ତ ରାଉତ ପ୍ରମୁଖ ସଦସ୍ୟମାନେ ମନ୍ଦିରରେ ଉପସ୍ଥିତ ରହିଥିଲେ ।

Comments (0)
Add Comment