କୋଦଳା ପିଏମଶ୍ରୀ ସ୍ବର୍ଣ୍ଣମୟୀ ଉଚ୍ଚ ବିଦ୍ୟାଳୟରେ ପରିଚାଳନା କମିଟି ଗଠିତ ।

ବେଗୁନିଆପଡା,୧୮/୦୭(ପିପିଟି): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ କୋଦଳା ଏନ୍ଏସି ସ୍ଥିତ ପିଏମଶ୍ରୀ ସ୍ବର୍ଣ୍ଣମୟୀ ଉଚ୍ଚ ବିଦ୍ୟାଳୟରେ ପରିଚାଳନା କମିଟି ଗଠିତ ହୋଇଯାଇଛି । ଶତାଧିକ ଅଭିଭାବକ, ଶିକ୍ଷାବିତ୍, ଉପସ୍ଥିତିରେ କମିଟି ଗଠିତ ହୋଇଥିଲା । ଉକ୍ତ ବୈଠକ ରେ ପ୍ରଧାନ ଶିକ୍ଷକ ଉମାକାନ୍ତ ବେହେରା ସଭାପତିତ୍ୱ କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ,ଶିକ୍ଷୟିତ୍ରୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ଅଭିଭାବକ ସଦସ୍ୟ ଭାବେ ସୁଦାମ ମହାନ୍ତି, ଜ୍ୟୋଛନା ରାଣୀ ବେହେରା, ସଙ୍ଗୀତା ପରିଡା, ପ୍ରକାଶ ଶବର, ବିଜୟ ଦାସ, ରାଜୀବ ଲୋଚନ ପଣ୍ଡା, ଲୋକନାଥ ପଣ୍ଡା, ଦିୱାନ ମୁନୀ, ଅଜୟ ପ୍ରଧାନ, ଦେବକୀ ଶବର, ଝିଲି ନାହାକ, ଶାନ୍ତିଲତା ମହାରଣା, ରୁନୁ ତରେଇ, ନୀଳାନ୍ଦ୍ରି ପୋଲେଇ, ସଂଯୁକ୍ତା ଛଟେଇ, ମନୋନୀତ ହୋଇଥିବା ବେଳେ ପ୍ରଧାନ ଶିକ୍ଷକ ଉମାକାନ୍ତ ବେହେରା, ସହକାରି ଶିକ୍ଷକ ମଧୁସୂଦନ ମିଶ୍ର,ଜନ ପ୍ରତିନିଧି ଉପାଧ୍ୟକ୍ଷ୍ୟା ରଞ୍ଜିତା ସେଠୀ,ଅଙ୍ଗନବାଡ଼ି କର୍ମୀ , ରଶ୍ମିତା ବେହେରା,ଆଶାକର୍ମୀ ଲଳିତା ବଡୁ , ପ୍ରମୁଖ କମିଟିରେ ସଦସ୍ୟ ଭାବେ ରହିଥିଲେ । ଏମାନଙ୍କ ମଧ୍ୟରୁ ଜ୍ୟୋଛନା ରାଣୀ ବେହେରା ଅଧ୍ୟକ୍ଷ୍ୟ ଓ ସଙ୍ଗୀତା ପରିଡା ଉପସଭାପତି ଭାବେ ସର୍ବସମତି ଭାବେ ଉତ୍ତୀର୍ଣ ହୋଇଥିଲେ ।କମିଟି ଗଠନ ପରେ ନବନିର୍ବାଚିତ ଅଧ୍ୟକ୍ଷ୍ୟ, ଉପସଭାପତି ଏବଂ କମିଟି ର ସମସ୍ତ ସଦସ୍ୟ /ସଦସ୍ୟା ଶପଥ ପାଠ କରିଥିଲେ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Comments (0)
Add Comment