ପୋଲସରାରେ ରଥଯାତ୍ରାରେ ପ୍ରବଳ ଜନ ସମାଗମ।

​ପୋଲସରା ,୧୬/୦୭(ପିପିଟି): ଆଜି ପବିତ୍ର ରଥଯାତ୍ରା ସର୍ବତ୍ର ପାଳିତ ହେଉଥିବାବେଳେ ପୋଲସରାରେ ମଧ୍ୟ ବନ୍ଧୁ ଉତ୍ସାହ ଏବଂ ଭକ୍ତିଭାବ ସହକାରେ ଭକ୍ତ ଓ ଭଗବାନଙ୍କ ମହାମିଳନ ସ୍ୱରୂପ ଏହି ଯାତ୍ରା ପାଳିତ ହେଉଛି। ସ୍ଥାନୀୟ ଜଗନ୍ନାଥ ସାହି ସ୍ଥିତ ଶ୍ରୀ ଶ୍ରୀ ଦଧିବାମନ ସ୍ୱାମୀ ବିଜେ ଜଗନ୍ନାଥଙ୍କ ବିଧିବିଧାନ ନୀତିନିୟମ ରୀତିକାନ୍ତି ପ୍ରକାରେ ସମସ୍ତ କାର୍ଯ୍ୟକ୍ରମ ପର୍ଯ୍ୟାୟ କ୍ରମେ ସମ୍ପନ୍ନ କରାଯାଇ ଠାକୁରଙ୍କୁ ରଥାରୁଢ କରାଯିବା ପରେ ଭକ୍ତମାନଙ୍କ ଦ୍ୱାରା ରଥଟଣାଯାଇ ନିର୍ବିଘ୍ନ‌‌ ସହକାରେ ଶ୍ରୀ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଥିଲା। ଏହି ସମୟରେ ଘଣ୍ଟ, ବାଦ୍ୟ, କାହାଳୀ ଏବଂ ହୁଳହୁଳି ଶବ୍ଦରେ ଗଗନ ପବନ ପ୍ରକମ୍ପିତ ହୋଇଯାଇଥିଲା। ଆଇନ ଶୃଙ୍ଖଳାକୁ ଦୃଷ୍ଟି ଆଗରେ ରଖି ସ୍ଥାନୀୟ ପୁଲିସ ବିଭାଗ ପକ୍ଷରୁ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା। ଏହି ସମୟରେ ପ୍ରସାଶନ ଅଧିକାରୀ ଭାବେ ବାବୁ ପୌରପରିଷଦ ନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଜେନା,ତହସିଲଦାର ଦିପ୍ତିମୟି ପାତ୍ର ଏବଂ ଥାନା ସେକେଣ୍ଡ ଅଫିସର ମିଲନ ପ୍ରଧାନ, ମନ୍ଦିର ଟ୍ରଷ୍ଟି ଡ଼. ଜ୍ୟୋତିର୍ମୟ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଟ୍ରଷ୍ଟିର ଅନ୍ୟ ସମସ୍ତ ସଦସ୍ୟଗଣ ମଧ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ। ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ୱ ଜନସମାଗମ ହୋଇଥିବାର ମନ୍ଦିର ଟ୍ରଷ୍ଟି ପକ୍ଷରୁ ମିଳିଥିବା ସୂଚନାରୁ ଜଣାପଡିଛି।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Comments (0)
Add Comment