ଅଜଣା ଗାଡି ଧକ୍କାରେ ଯୁବକର ମୃତ୍ୟୁ ।

ଭଞ୍ଜନଗର ୧୫/୦୭(ପିପିଟି):ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ବୁଢାକେନ୍ଦୁ ରାସ୍ତାରେ ବୁଧବାର ଅପରାହ୍ନରେ କୌଣସି ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ନିକଟସ୍ଥ ଲୁଣିପଡା ଶାସନ ଗ୍ରାମର ସାଗର ବିଷୋୟୀ (୨୬) ବୋଲି ଜଣାପଡିଛି।

ସୁଚନାନୁସାରେ, ବୁଧବାର ଅପରାହ୍ନରେ ସାଗର ନିଜ ବାଇକ୍ ଯୋଗେ କୌଣସି ଏକ କାମରେ ବୁଢାକେନ୍ଦୁ ରାସ୍ତାରେ ଯାଉଥିଲେ। ଏହି ସମୟରେ କୌଣସି ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ପଳାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ସେ ଗୁରୁତର ହୋଇ ପଡ଼ିଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ରିପୋର୍ଟ -ଜେ କେ ପଟ୍ଟନାୟକ

Comments (0)
Add Comment