ଯାଜପୁର,୦୧/୦୭(ପିପିଟି): ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଜାରକା କୁମାରୀସ୍ଥିତ ବିଜେପି କାର୍ଯ୍ୟାଲୟରେ ରଜ ଅବସରରେ ବିଧାୟକ ହିମାଂଶୁ ଶେଖର ସାହୁ ନିଜ ନିର୍ବାଚନ ମଣ୍ଡଳୀ ଅଧିବାସୀଙ୍କ ଆପତି ଅଭିଯୋଗ ଶୁଣୀ ସମସ୍ୟା ଗୁଡିକର ସମାଧନ କରିଛନ୍ତି । ରଜ ଅବସରରେ ଲୋକମାନେ କାମଧନ୍ଦା ବନ୍ଦ କରି ରଜ ପର୍ବ ପାଳନ କରୁଥିବା ସମୟରେ ବିଧୟକ ଶ୍ରୀ ସହୁ ବିଭିନ୍ନ ସାମଜିକ କାର୍ଯ୍ୟରେ ଯୋଗଦେବା ସହିତ ନିଜ କାର୍ଯ୍ୟାଳୟରେ ରହି ଜନସାଧାରଣଙ୍କ ଆପତି ଅଭିଯୋଗ ଶୁଣାଣି କରି ତାହାର ସମାଧାନ କରିବା ପାଇଁ ଉଦ୍ୟମ କରିଛନ୍ତି । ବିଜେପି ସରକାର ହେବାକୁ ୨ ବର୍ଷ ବିତିଯାଇଥିବା ବେଳେ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଉନ୍ନତି ପ୍ରକଳ୍ପେ ବିଧାୟକ ଶ୍ରୀ ସାହୁ ଅନେକ ଯୋଜନା ପ୍ରସ୍ତୁତ କରିବା ସହିତ କାର୍ଯ୍ୟକାରୀ ମଧ୍ୟ କରିଛନ୍ତି । ଏହି ଦୁଇ ବର୍ଷର୍ ଭିତରେ ବିଧାୟକ ଶ୍ରୀ ସାହୁ ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରମରେ ଅନୁଷ୍ଠିତ ସାମାଜିକ କା୍ର୍ଯ୍ୟରେ ଯୋଗଦେବା ସହ ଅନେକବାର ନିଜ କାର୍ଯ୍ୟାଳୟରେ ରହି ସାଧାରଣ ଲୋକଙ୍କ ସମସ୍ୟା ଶୁଣି ଏହାର ସମାଧାନ ଲାଗି ଉଦ୍ୟମ କରିଛନ୍ତି । ବିଧାୟକଙ୍କ କାର୍ଯ୍ୟରେ ସାଧାରଣ ଲୋକେ ବେଶ ଖୁସିରହିଥିବା ବେଳେ ବିରୋଧିମାନେ ଅସହିଶ୍ନୁ ହୋଇ ସାମାଜିକ ଗଣ ମାଧ୍ୟମରେ ବିଧାୟକଙ୍କ ଚରିତ୍ର ସଂହାର କରିବାକୁ ଅପଚେଷ୍ଟା ଚଳାଛନ୍ତି । ଯାହାକୁ ବିଧାୟକ ଭୃକ୍ଷେପ ନକରି ନିଜ କାର୍ଯ୍ୟରେ ଅଗ୍ରସର ହେଉଥିବା ବେଳେ ଜିଲ୍ଲା ଏବଂ ରାଜ୍ୟରେ ଜଣେ ପରିପକ୍ୱ ବିଧାୟକ ହେବାର ଶୌଭାଗ୍ୟ ଅର୍ଜନ କରିପାରିଛନ୍ତି । ବିଧାୟକ ଶ୍ରୀ ସାହୁଙ୍କ ଜନସାଧାରଣମାନଙ୍କ ପ୍ରତି ରହିଥିବା ସମର୍ପଣ ଭାବ ପାଇଁ ସେ ସଦାସର୍ବଦା ଲୋକମାନଙ୍କ ମନରେ ରହିଛନ୍ତି ।