ପୋଲସରା ,୨୯/୦୬(ପିପିଟି):ବିଭିନ୍ନ ଚୋରି ମାମଲା ରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ପୋଲସରା ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ସେମାନଙ୍କ ନିକଟରୁ ପୋଲିସ ଚୋରି ସ୍ବର୍ଣ୍ଣ ଅଳଙ୍କାର ମଧ୍ୟ ଜବତ କରିଥିବା ପୁରୁଷୋତ୍ତମ ପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁଜିତ କୁମାର ନାୟକ ସୂଚନା ଦେଇଛନ୍ତି। । ଆଜି ପୋଲସରା ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନାୟକ ସୂଚନା ଦେଇ କହିଛନ୍ତି ଯେ ଗତ ଫେବୃଆରୀ ମାସ ୨୨ ତାରିଖ ଦିନ ପୋଲସରା ବ୍ଳକ ଅନ୍ତର୍ଗତ ଲଛିପୁର ଗ୍ରାମ ର ରୁଦ୍ର ପ୍ରଧାନ ଙ୍କ ଘରୁ କାନ ଅଳଙ୍କାର ୪ ଟି , ସୁନା ମୁଦି ୪ ଟି , ଗୋଟିଏ ଚେନ୍ , ନାକର ଅଳଙ୍କାର ୨ ଟି , ମଙ୍ଗଳସୂତ୍ର ଗୋଟିଏ ଏବଂ ୨ ଟି ସୁନା ଚୁଡ଼ି ସହିତ ନଗଦ ୪୦ ହଜାର ଟଙ୍କା ଚୋରି ହୋଇଥିଲା । ସେହିପରି ଗତ ଏପ୍ରିଲ ମାସ ୧୧ ତାରିଖ ଦିନ ପୋଲସରା ବ୍ଳକ ଅନ୍ତର୍ଗତ ସୋଡକ ଗ୍ରାମବାସୀ ଜିତେନ୍ଦ୍ର ବେହେରା ଙ୍କ ଘରୁ ୩ ଟି ସୁନା ହାର , ୪ ଟି ସୁନା ଚେନ , ୪ ଟି ସୁନା ଶଙ୍ଖା , ୩ ହଳ କାନ ର ଅଳରେ , ୫ ଟି ସୁନା ମୁଦି , ପାଖାପାଖି ୨୦ ଗ୍ରାମ ସୁନା ଏବଂ ନଗଦ ୩୫ ହଜାର ଟଙ୍କା ଚୋରି ହୋଇଥିଲା। ଅନ୍ୟ ଏକ ମାମଲା ରେ ଚଳିତ ମାସ ୨୪ ତାରିଖ ଦିନ ପୋଲସରା ବ୍ଳକ ର ବର୍ତ୍ତିନି ଗ୍ରାମ ର ଅଙ୍ଗନବାଡି କର୍ମୀ ଲକ୍ଷ୍ମୀ ପାତ୍ର ଙ୍କ ଘରୁ ୨ ସୁନା ଶଙ୍ଖା , ୨ ଟି ମୁଦି ଏବଂ କାଳର ଅଳଙ୍କାର ୨ ଟି ସହିତ ନଗଦ ୨୫ ହଜାର ଟଙ୍କା ଚୋରି ମାନେ ନେଇଯାଇଥିଲେ । ଗତ ରବିବାର ଦିନ ରାତିରେ ପୋଲସରା ପୌରାଞ୍ଚଳ ଅନ୍ତର୍ଗତ ଜୟ ଗୁରୁ ମନ୍ଦିର ନିକଟସ୍ଥ ପଙ୍କଜ କାର୍ଜୀ ଙ୍କ ଘରୁ ଗୋଟିଏ ସୁନା ହାର , ୨ ଟି ସୁନା ଶଙ୍ଖା ଏବଂ କାନ ଅଳଙ୍କାର ୨ ଟି ସହିତ ନଗଦ ୨୫ ହଜାର ଟଙ୍କା ଚୋରି କରି ନେଇ ଯାଇଛନ୍ତି। । ପୋଲସରା ପୋଲିସ ଏହି ସବୁ ମାମଲା ର ତଦନ୍ତ କରି ଆଜି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଗିରଫ୍ ଅଭିଯୁକ୍ତ ମାନେ ହେଲେ ପୋଲସରା ଥାନା ଅନ୍ତର୍ଗତ ଗରେଇଝୁଳି ଗ୍ରାମ ର ରାଜୀବ ପାତ୍ର ଏବଂ ରଞ୍ଜିତ ନାହାକ ଅନ୍ୟ ଅଭିଯୁକ୍ତ ହେଉଛି ନୟାଗଡ଼ ଜିଲ୍ଲା ର ଓଡ଼ଗାଁ ଥାନା ଅନ୍ତର୍ଗତ ଗଜେନ୍ଦ୍ର ପଲ୍ଲୀ ଗ୍ରାମ ର ଜିତୁ ପ୍ରଧାନ। । ଏହି ମାମଲାରେ ଆହୁରି ଦୁଇଜଣ ସମ୍ପୃକ୍ତ ଥିବା ଉପଖଣ୍ଡ ଅଧିକାରୀ ଶ୍ରୀ ନାୟକ କହିଛନ୍ତି। ସେମାନଙ୍କୁ ମଧ୍ୟ ଯଥାଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି। ଗିରଫ୍ ଅଭିଯୁକ୍ତ ମାନଙ୍କ ଠାରୁ ପୋଲିସ ଗୋଟିଏ ମଙ୍ଗଳସୂତ୍ର , ୬ ଟି ସୁନା ଶଙ୍ଖା , ୪ ଟି ସୁନା ହାର , ସୁନା ଚେନ ୩ ଟି , ସୁନା ମୁଦି ୫ ଟି , ଗୋଟିଏ ସୁନା ଲକେଟ୍ , କାଳର ଅଳଙ୍କାର ୬ ଟି , ନାକର ଅଳଙ୍କାର ୨ ଟି ଏବଂ କିଛି ରୁପା ଅଳଙ୍କାର ଜବତ କରିଛି । ସମ୍ପୃକ୍ତ ଅଭିଯୁକ୍ତ ମାନେ ପେଶାଦାର ଚୋର ଅଟନ୍ତି । ସେମାନେ ରୀତିମତ ଭାବେ ସଂଗଠିତ ରୁପେ ଭାବେ ବିଭିନ୍ନ ଅଞ୍ଚଳରେ ବୋଲି କରନ୍ତି ବୋଲି ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁଜିତ କୁମାର ନାୟକ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଥାନା ଅଧିକାରୀ କୌଶିକ ମାଝୀ , ସବ୍ ଇନ୍ସପେକ୍ଟର ସଂଗ୍ରାମ କେଶରୀ ସେଠୀ ଓ ମହିଳା ସବ୍ ଇନ୍ସପେକ୍ଟର ମିଲନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ଉପସ୍ଥିତ ଥିଲେ।
ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା