ହଷ୍ଟେଲରେ ନାବାଳିକାର ଆତ୍ମହତ୍ୟା ।

କୋଦଳା,୨୫/୦୬(ପିପିଟି):ହିଞ୍ଜିଳି ଥାନା ଅନ୍ତର୍ଗତ ଗୋପିନାଥପୁର ଠାରେ ଥିବା କସ୍ତୁରବା ଗାନ୍ଧୀ ବାଳିକା ଆବାସିକ ବିଦ୍ୟାଳୟରେ ଜଣେ ନାବାଳିକା ଛାତ୍ରୀର ଆତ୍ମହତ୍ୟା କରିଥିବା ଖବର ଚାଞ୍ଚଲ୍ୟ ଖେଳାଇଦେଇଛି। ନାବାଳିକା ଜଣଙ୍କ
ବେଗୁନିଆପଡ଼ା ଥାନା ଅନ୍ତର୍ଗତ ଚନ୍ଦନପୁର ପଂଚାୟତ ତୋଟାପଡ଼ା ଗ୍ରାମ ଭଗାରୀ ଦାସଙ୍କ ଝିଅ ବର୍ଷା ଦାସ ହୋଇଥିବା ବେଳେ ସେ ନବମ ଶ୍ରେଣୀରେ ପଢ଼ୁଥିବା ନେଇ ଜଣାପଡିଛି । ଭଗାରୀ ଜଣେ ଗରିବ ହୋଇଥିବାରୁ ସପରିବାର ଦାଦନ ଖଟିବାକୁ ଯାଇଛନ୍ତି । ଗୁରୁବାର ଦିନ ବ୍ୟବଛେଦ ପରେ ନାବାଳିକାଙ୍କ ମୃତ ଶରୀର ନିଜ ଗ୍ରାମ ତୋଟାପଡାକୁ ଆସିବା ପରେ ଗ୍ରାମରେ ଏକ ଶୋକାକୁଳ ପରିବେଷ ଦେଖିବାକୁ ମିଳିଥିଲା । ସୂଚନା ପ୍ରକାରେ ଛାତ୍ରୀ ଜଣକ ଖରା ଛୁଟିରେ ନିଜ ଗ୍ରାମକୁ ଯାଇଥିବା ବେଳେ ପରିବାର ଲୋକେ ବୁଧବାର ଦିନ ହଷ୍ଟେଲକୁ ଆଣି ଛାଡି ଫେରିବା ପରେ ନାବାଳିକା ଜଣକ ଆତ୍ମହତ୍ୟା କରିଥିବା ନେଇ ଜଣାପଡିଛି । ହଷ୍ଟେଲ ରୁମରେ କେହି ନଥିବା ଦେଖି ବେକରେ ଓଢଣି ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି।
ତେବେ କେଉଁ କାରଣରୁ ନାବାଳିକା ଜଣକ ଜୀବନ ହାରିଛନ୍ତି, ତାହା ଜଣାପଡ଼ିନାହିଁ। ଛତ୍ରୀଙ୍କ ଜେଜ ମା, ଖୁଡି ଓ ମାଇଁ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସହାୟତା ପ୍ରଦାନ ପାଇଁ ସରକାର ଙ୍କ ନିକଟରେ ନିବେଦନ କରିଛନ୍ତି ।

ରିପୋର୍ଟ୍ -ସୂର୍ଯ୍ୟ ନାରାୟଣ ବଡୁ

Comments (0)
Add Comment