ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ।

କୋଦଳା,୧୬/୦୬(ପିପିଟି):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ୍ ବେରୁଆଁ ବାଡ଼ି ପଂଚାୟତ ରାଜୀବ ଗାନ୍ଧୀ ସେବା ପରିସରରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣି  ଅତିରିକ୍ତ ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ନିରଞ୍ଜନ ବେହେରା ,ସରପଞ୍ଚ ପ୍ରତିମା କୁମାରୀ ପାଢ଼ୀ, ସମିତି ସଭ୍ୟ ବ୍ରଜ ସୁନ୍ଦର ସାହୁ,  ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଦ୍ର ନାରାୟଣ ସାହୁ,ଏ ସ ଆଇ ସୁରେଶ କୁମାର ନାୟକ ଯୋଗ ଦେଇଥିଲେ । ବି ଡ଼ି ଓ ଅଭିଯୋଗ ଶୁଣାଣୀ ପାଇଁ ଚିଠି କଲେ ମଧ୍ୟ୍ୟ ମୂର୍ତ୍ତିକା ସଂରକ୍ଷଣ ଅଧିକାରୀ କେବେ ଯୋଗ ଦେଉନଥିବା ସାଧାରଣ ରେ ଅଭିଯୋଗ  ହୋଇଥିଲା ।ଏଥିରେ କନିଷ୍ଠ ଯନ୍ତ୍ରୀ ଧର୍ମେନ୍ଦ୍ର ବାଡିଟିଆ , ପି ଇ ଓ ସୁଦାମ ପ୍ରଧାନ , ଡବ୍ଲୁ ଇ ଓ ସ୍ଵାଗତିକା ରାଉତ,ଡ଼କ୍ଟର ସଞ୍ଜୟ କୁମାର ସାହୁ,ଜଳ ଓ ପରିମଳ  ଯନ୍ତ୍ରୀ ଶୁଭଶ୍ରୀ ମହାରଣା ,ମମତା ପଣ୍ଡା ଯୋଗାଣ ନିରୀକ୍ଷକ ବାଦଲ ବେହେରା , ବି ଏଲ ସି ଦେବରାଜ ବେହେରା, ରହି  ଅଭିଯୋଗ ଶୁଣାଣୀ କରିଥିଲେ ।  ଏଥିରେ  ମୋଟ 8 ଗୋଟି ଅଭିଯୋଗ  ହୋଇଥିଲା ସେଥିମଧ୍ୟରୁ  ଭତା 2 ଗୋଟି ରାସନ କାର୍ଡ 2 ଅନ୍ୟାନ୍ୟ 4 ଗୋଟି ଅଭିଯୋଗ ହୋଇଥିଲା ।ସମସ୍ତ ଅଭିଯୋଗକୁ ଶୁଣାଣି କରି ନିର୍ଧାରିତ ବିଭାଗକୁ ସମାଧାନ ପାଇଁ ପଦକ୍ଷେପ ନେବାକୁ ସୁପାରିଶ କରିଛନ୍ତି ବେଗୁନିଆପଡ଼ା  ଅତିରିକ୍ତ ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ନିରଞ୍ଜନ ବେହେରା ।

Comments (0)
Add Comment