ବଡକେରା ଛକ ନିକଟରେ ଦୁର୍ଘଟଣାରେ ଜଣେ ମୃତ ।

ଅନୁଗୋଳ,୧୧/୦୬:ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବଡକେରା ଛକ ନିକଟରେ ଗୋଟିଏ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ମିଳିଥିବା ଖବର ଅନୁସାରେ ବଡକେରା ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିଙ୍କ ଘର ଡେରେଯାଙ୍ଗ ଗ୍ରାମର ଉତ୍ତମ କୁମାର ସାହୁ(୩୦) ବୋଲି ସୂଚନା ମିଳିଛି। ଖବର ପାଇ ଘଟଣା ସ୍ଥଳରେ ଅନୁଗୋଳ ସଦର ପୋଲିସ ଓ ବନ୍ତଳା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅନୁଗୋଳ ସହର ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଦୁଇ ପାର୍ଶ୍ୱରେ ଗାଡି ମୋଟର ଜାମ୍ ହୋଇ ରହିଥିବା ବେଳେ ପରିସ୍ଥିତି ଉତ୍ତେଜନା ଲାଗି ରହିଛି।

Comments (0)
Add Comment