ବିଧାୟକଙ୍କ ଦ୍ୱାରା ଧର୍ମଶାଳା ବ୍ଲକର ଦୁଇଟି ସ୍ଥାନରେ ରାସ୍ତାର ଭିତିପ୍ରସ୍ତର ସ୍ଥାପନ ।

ଯାଜପୁର ,୨୩/୦୫(ପିପିଟି):ଧର୍ମଶାଳା ବ୍ଲକର ଦୁଇ ଗୋଟି ସ୍ଥାନରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ହେବାକୁଥିବା ରାସ୍ତାର ଆଜି ବିଧାୟକ ହିମାଂଶୁ ଶେଖହର ସାହୁ ଶିଳାନ୍ୟାଶ କରିଛନ୍ତି । ବ୍ଲକର ଚକ୍ରୋଡା ଠାରୁ ନେଉଳପୁରକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତାର ଉନ୍ନତିକରଣ ଓ ପ୍ରଶସ୍ତିକରଣ ପାଇଁ ଆଜି ଧର୍ମଶାଳା ବିଧାୟକଙ୍କ କରକମଳରେ ଭୀତିପ୍ରସ୍ତର ସ୍ଥାପନ କରାଯାଇଛି । ନେଉଳପୁରର ଚୁଡାଖିଆ ଠାରେ ଆଜି ଆୟୋଜିତ ଏହି ଶିଳାନ୍ୟାଶ ଉତ୍ସବରେ ଧର୍ମଶାଳା ବିଧାୟକ ଶ୍ରୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାସ୍ତାର ଶିଳାନ୍ୟାଶ କରିଛନ୍ତି । ସେହିପରି ବିଛାଖଣ୍ଡି ଗ୍ରାମ୍ୟ ଉନ୍ନୟନ ରାସ୍ତା ଠାରୁ କୁସୁନପୁର ଜାତୀୟ ରାଜପଥ ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ଓ ପ୍ରଶସ୍ତୀକରଣ ପାଇଁ ବିଧାୟକ ଶ୍ରୀ ସାହୁଙ୍କ ଦ୍ୱାରା ଶିଳାନ୍ୟାଶ କରାଯାଇଛି । ଯାଜପୁର-୨ ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୭ କୋଟି ଟଙ୍କା ବ୍ୟୟରେ ଚକ୍ରୋଡା-ନେଉଳପୁର ରାସ୍ତା ଓ ୬ କୋଟି ୬୦ ଲକ୍ଷ ଟଙ୍କା ବ୍ୟୟରେ ବିଛାଖଣ୍ଡି ଠାରୁ କୁସୁନପୁର ଜାତୀୟ ରାଜପଥ ପର୍ଯ୍ୟନ୍ତ ରାସ୍ତା ପାଇଁ ବିଭାଗ ପକ୍ଷରୁ ପାଣ୍ଠି ଆଟକଳ କରାଯାଇଛି । ଉଭୟ କାର୍ଯ୍ୟକ୍ରମରେ ଜାରକା ଗ୍ରାମ୍ୟଉନ୍ନୟନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ରାଜେଶ୍ୱରୀ ଭୋଳ ଓ କନିଷ୍ଠ ଯନ୍ତ୍ରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆଜିର ଏହି ଶିଳାନ୍ୟାଶ ଉତ୍ସବରେ ଜିଲ୍ଲାପରିଷଦ ସଦସ୍ୟ ଜଳଧର ମହାନ୍ତି, ବ୍ଲକ ଅଧ୍ୟକ୍ଷା ସୁଚିସ୍ମିତା ଦାସ ଓ ସ୍ଥାନୀୟ ବିଜେପିନେତା ମାନେ ଉପସ୍ଥିତ ରହିଥିଲେ । ଉଭୟ ସ୍ଥାନରେ ବିଧାୟକଙ୍କୁ ରୋଶଣୀ କରାଯାଇ ଶିଳାନ୍ୟାଶ ସ୍ଥଳକୁ ପାଛୋଟି ନିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ ରାଜେଶ ପାଳ, ଜିତେନ୍ଦ୍ର ରାଉତ,ଶିବୁଲି ଧିର, ପ୍ରଦୀପ ପରିଡା,ଅଭିଶେକ ରାଉତ, ଆଲୋକ ଲେଙ୍କା, ଉପେନ୍ଦ୍ର କର, ଗୌରାଙ୍ଗ ପୃଷ୍ଟି ,ଦେବଦତ ପଣ୍ଡା,ପ୍ରଶାନ୍ତ ବେହେରା, ସବନମ ପରୱିନ,ତପନ ମାହୁନ୍ତ,ନିରଞ୍ଜନ ବେହେରା, ସବ୍ୟସାଚୀ ସୁନ୍ଦରରାୟ ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ ।

Comments (0)
Add Comment